ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲା ‘କୁନି ମେହମାନ’ । ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି | ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ ଖୁସି ହେବା ସହ କରିନା ଓ ସୈଫଙ୍କୁ ଶୁଭେଚ୍ଛା ପଠାଇଛନ୍ତି । ସେପଟେ ନିଜ ସାନ ଭାଇକୁ ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ତୈମୁର | ତେବେ କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କହିଥିଲେ କରିନା ।

ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ ।ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି ଯୁକ୍ତି ବାଢିଥିଲେ କରିନା କପୁର । ଏବେ ସେ ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତୈମୁରଙ୍କୁ ଏକ ସାନ ଭାଇ ମିଳି ଯାଇଛି ।