Odia News Portal

କଙ୍ଗନାଙ୍କୁ Y ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ() ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମିଳିଛି ଓ୍ବାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍କନାଙ୍କୁ ଓ୍ବାଇ ସିକ୍ୟୁରିଟି ପ୍ରଦାନ କରିଛନ୍ତି। କଙ୍ଗନା ଓ ଶିବସେନା ନେତା ସଂଜୟ ରାଓ୍ବତଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା। ସଂଜୟ ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ମାତ୍ର କଙ୍ଗନା ମୁମ୍ବାଇ ଆସିବେ ବୋଲି ତାଙ୍କୁ ଚାଲେଞ୍ଜ କରିଥିଲେ।

ଏବେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ୍ବାଇ ସିକ୍ୟୁରିଟି ଦେବା ଫଇସଲା ନେଇଛନ୍ତି। ତାଙ୍କ ସୁରକ୍ଷାରେ ୧୧ ଯବାନ ନିଯୁକ୍ତ ରହିବେ। ସେଥିରେ ଜଣେ କି ଦୁଇ ଜଣ କମାଣ୍ଡର ଓ ବାକି ସମସ୍ତେ ପୋଲିସକର୍ମୀ ରହିବେ। କୁହାଯାଉଛି ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ପହଞ୍ଚିବା ମାତ୍ରେ ତାଙ୍କୁ ଓ୍ବାଇ ସିକ୍ୟୁରିଟି ମିଳିବ।

ଓ୍ବାଇ ସିକ୍ୟୁରିଟି ମିଳିବା ଖୁସିରେ କଙ୍ଗନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି- ‘କୌଣସି ଦେଶଭକ୍ତର ସ୍ବରକୁ କେହି ଚାପି ଦେଇପାରିବେ ନାହିଁ, ଏହା ହେଉଛି ତରେ ପ୍ରମାଣ। ମୁଁ ଅମିତ ଜୀଙ୍କ ପାଖରେ କୃତଜ୍ଞ। ସେ ଚାହିଁଥିଲେ ଏଭଳି ପରିସ୍ଥିତିରେ ମୋତେ ମୁମ୍ବାଇ କିଛି ଦିନ ନ ଆସିବାକୁ ପରାମର୍ଶ ଦେଇପାରିଥାନ୍ତେ। ମାତ୍ର ସେ ଭାରତର ଗୋଟିଏ ଝିଅର ବଚନର ମାନକୁ ରଖିଛନ୍ତି। ଆମ ସ୍ବାଭିମାନ ଓ ଆତ୍ମ ସମ୍ମାନର ମାନ ରଖିଛନ୍ତି।’