Odia News Portal

ଫେସବୁକରେ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦରେ ଆସିଛି ନୂଆ ଟ୍ଵିଷ୍ଟ |ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ,ଲୋକସଭା ଟିଭିର ଉପସ୍ଥାପିକା ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ତାଙ୍କୁ ଆପତ୍ତିଜନକ ଓ ଅଶାଳୀନ ଭାବରେ ଟ୍ରୋଲ କରାଯାଉଛି । ସେଥିପାଇଁ ସେ ଏହି ପୋଷ୍ଟ କରିଛନ୍ତି ବୋଲି ଲେଖିଛନ୍ତି ।ତେବେ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା ।

ଜାଗ୍ରତି ଶୁକ୍ଳା ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି ,ସାଂସଦ ଅନୁଭବ ମହାନ୍ତି ତାଙ୍କର ଜଣେ ଭଲ ବନ୍ଧୁ ଅଟନ୍ତି ଏବଂ ବୃତ୍ତିଗତ ଭାବେ ତାଙ୍କ ସହ ଭଲ ସମ୍ପର୍କ ମଧ୍ୟ ରହିଛି | ଜାଗ୍ରତିଙ୍କ କହିବା ଅନୁଯାୟୀ,ତାଙ୍କୁ  ଜାଣିଶୁଣି ଟ୍ରୋଲ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଜାତୀୟ ମହିଳା କମିଶନ ଏବିଷୟରେ ଅନୁସନ୍ଧାନ କରିବା ଦରକାର ବୋଲି ସେ ଲେଖିଛନ୍ତି ।ଏହା ପଛରେ ବର୍ଷା କିମ୍ବା ଯିଏ ବି ହୁଅନ୍ତୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

ତେବେ ଜାଗ୍ରତି ଶୁକ୍ଳା ହେଉଛନ୍ତି ଦିଲ୍ଳୀ ମିଡିଆ ଜଗତର ଜଣେ ଚର୍ଚ୍ଚିତ ଚେହେରା ମଧ୍ୟରୁ ଅନ୍ୟତମ । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପନା କରନ୍ତି ଏବଂ ରାଜନୈତିକ ବ୍ୟକ୍ତିଙ୍କୁ ନେଇ ତର୍କ ବିତର୍କ ମଧ୍ୟ କରିବାର ନଜର ଆସନ୍ତି ।  ତେବେ ଇତି ମଧ୍ୟରେ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ କୋର୍ଟରେ ପହଁଚିଛି ଏବଂ ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି । ବର୍ଷା ମଧ୍ୟ ତାଙ୍କୁ ଉଚିତ ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ । ଏସବୁ ମଧ୍ୟରେ ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ଫେସବୁକରେ ନିଜ ପ୍ରତିକ୍ରିୟା ରଖିଥିଲେ ଜାଗ୍ରତି ।