Odia News Portal

ଏହି ଅଭିନେତ୍ରୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଗାଙ୍ଗୁଲୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ନଗ୍ମା । ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥିଲା।

ନଗ୍ମାଙ୍କ ପ୍ରତି କ୍ରିକେଟର ସୌରଭ ଗାଙ୍ଗୁଲୀ ଆକର୍ଷିତ ହୋଇଥିଲେ। ସେତେବେଳେ ସୌରଭ ଡୋନାଙ୍କୁ ବିବାହ ମଧ୍ୟ କରିସାରିଥିଲେ। ନଗ୍ମା ଏବଂ ସୌରଭଙ୍କ ସାକ୍ଷାତ୍ ୧୯୯୯ ବିଶ୍ୱ କପ୍ ସମୟରେ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୦୧ରେ ଦୁହିଁଙ୍କର ବହୁ ଫଟୋ ମଧ୍ୟ ପ୍ରକାଶିତ ହେବାରେ ଲାଗିଥିଲା। ଏକ ମନ୍ଦିରରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା।

ଏହି ସମ୍ପର୍କ ଡୋନାଙ୍କୁ ଜଣାପଡ଼ିବା ପରେ ସୌରଭଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥିଲା। ମାମଲା ଛାଡ଼ପତ୍ର ପର୍ୟ୍ୟନ୍ତ ମଧ୍ୟ ଯାଇଥିବା କୁହାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୌରଭ ନଗ୍ମାଙ୍କଠାରୁ ଦୂରେଇ ଯାଇଥିଲେ।