ସିରିଏଲ ଓ ଫିଲ୍ମ ନିର୍ମାତା ଏକତା କପୁର ତନବୀର ବୁକୱାଲାଙ୍କ ସହ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋଟି ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘ଆମେ ଏଇଠି ଅଛୁ… ଆପଣମାନଙ୍କୁ ଖୁବ ଶୀଘ୍ର ଜଣାଇବୁ’| ଯାହା ଫଳରେ କି ଏକତାଙ୍କ ଫ୍ୟାନ୍ସ ମାନେ ବୁଝି ପାରୁନାହାନ୍ତି ଯେ ଉଭୟ ସତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନା ମିଶିକି କୌଣସି ୱେବସିରିଜ୍ କରୁଛନ୍ତି। ଫଟୋରେ ତନବୀର ଯେଉଁ କମେଣ୍ଟ ଦେଇଛନ୍ତି ତାହା ଫ୍ୟାନ୍ସଙ୍କ ସନ୍ଦେହକୁ ଦୃଢ଼ୀଭୂତ କରିଛି।

ଏକତା ସେୟାର କରିଥିବା ଫଟୋରେ ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି। ଯେଉଁଥିରେ ତନବୀର ବୁକୱାଲା ନିଜେ ମଧ୍ୟ କମେଣ୍ଟ କରି ଲେଖିଛନ୍ତି, ବନ୍ଧୁତା କୁ ସମ୍ପର୍କରେ ପରିଣତ କରିବା ସମୟ ଆସିଯାଇଛି। ତନବୀରଙ୍କ କମେଣ୍ଟ ଦେଖି ସେଲିବ୍ରିଟିଜ ମଧ୍ୟ ଚର୍ଚ୍ଚା କରୁଛନ୍ତି। କିଛି ପ୍ରଶଂସକ ଏକାତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଏକତା କପୁରଙ୍କ ବନ୍ଧୁ ତନବୀର ବୁକୱାଲା ଜଣେ ବହୁତ ବଡ ଲେଖକ। ସେ ଡିଙ୍ଗ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡର୍ ମଧ୍ୟ ଅଛନ୍ତି। ତନବୀରଙ୍କ ଇନଷ୍ଟାଗ୍ରାମରେ ଏକତାଙ୍କର ଅନେକ ଫଟୋ ଅଛି। ନିଜେ ଏକତା ମଧ୍ୟ ଫଟୋରେ କମେଣ୍ଟ କରିଛନ୍ତି।