ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ । କିଛିଦିନ ହେବ କଳାକାରଙ୍କ ହରକତ ଲାଗି ଚର୍ଚ୍ଚାରେ ରହିଛି ବଲିଉଡ ଜଗତ । ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଇଡିର ନୋଟିସ୍ । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ନୋରାଙ୍କୁ ଏହି ମାମଲାରେ ପଚରାଉଚରା ମଧ୍ୟଚାଲିଛି। ୨୦୦ କୋଟି ଟଙ୍କା ମନି ଲଣ୍ଡ୍ରିଂ କେସ ମାମଲାରେ ଏହି ପଚରାଉଚରା ଚାଲିଛି।

ଗତ ମାସରେ ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ପଠାଯାଇଥିଲା। ଏହା ପୂର୍ବରୁ ୨୦୦ କୋଟି ଟଙ୍କାରୁ ଅଧିକ କାରବାର ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ କେସରେ ଦିଲ୍ଲୀ ୪ଘଣ୍ଟା ଯାଏଁ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ବୟାନକୁ ସାକ୍ଷୀ ହିସାବରେ ଦାଖଲ କରାଯାଇଥିଲା। ଏବେ ନୋରାଙ୍କୁ ମଧ୍ୟ ଏହି ମାମଲରେ ଇଡି ସମନ କରିଛି।

ବହୁ କୋଟି ଟଙ୍କାର ଠକେଇର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠକେଇ ନେଇ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଛି। ଏହି ମାମଲା ଅନ୍ୟତମ ସାକ୍ଷ୍ୟ ଭାବେ ନେରାଙ୍କୁ ଇଡି ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଜାକ୍ଲିନ ଫର୍ଣ୍ଣାଣ୍ଡିଜ ଠକେଇର ଶିକାର ହେବା ପରେ ପ୍ରମାଣ ଭାବେ ତାଙ୍କୁ ୫ଘଣ୍ଟା ପଚରାଉଚରା କରିଥିଲା ଇଡି। ଆସନ୍ତାକାଲି ପୁଣି ତାଙ୍କୁ ପୁଣି ଥରେ ଜେରା କରିବାକୁ ସମନ ଜାରି କରିଛି ଇଡି।