ବିବାହ ବନ୍ଧନରେ ଆବଦ୍ଧ ଦେଲେ ଗୋପି ବୋହୂ ଓରଫ ଲୋକପ୍ରିୟ ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ । ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବେ ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ହଳଦୀ ରସମର ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଏବେ ନିଜ ବିବାହରୁ ସମସ୍ତ ପରଦା ଉଠାଇଛନ୍ତି ଦେବୋଲିନା । ଦେବୋଲିନା ମନର ମଣିଷଙ୍କ ଫଟୋ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆପଣ ମୋ କଷ୍ଟ ଏବଂ ପ୍ରାର୍ଥନାର ଉତ୍ତର। ଆଇ ଲଭ ୟୁ ସୋନୁ….
ଦେବୋଲିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲାଲ ରଙ୍ଗର ଶାଢିରେ ବୋହୂ ବେଶରେ ନଜର ଆସିଛନ୍ତି। ଫଟୋରେ ଦେବୋଲିନାଙ୍କ ମନର ମଣିଷ ମଧ୍ୟ ନଜର ଆସିଛନ୍ତି । ଅଭିନେତ୍ରୀ ଜଣକ ନିଜ ସ୍ୱାମୀଙ୍କୁ ଫ୍ୟାନ୍ସଙ୍କ ସହିତ ପରିଚୟ ପ୍ରଦାନ କରି ଲେଖିଛନ୍ତି, ‘ହଁ, ଏବେ ମୁଁ ଗର୍ବର ସହିତ କହିପାରିବି । ଖୋଜିଥିଲେ ମଧ୍ୟ ଆପଣଙ୍କ ଭଳି ମୋତେ ମିଳିନଥାନ୍ତା। ଆଇ ଲଭ ୟୁ ସୋନୁ। ଦ ମିଷ୍ଟ୍ରିୟସ ମ୍ୟାନ୍ ଓରଫ ଦ ଫେମସ୍# ସୋନୁ ତୁମ ସମସ୍ତଙ୍କ ଜିଜା….।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଦେବୋଲିନା ନିଜ ସ୍ୱାମୀଙ୍କ ସହିତ ପାର୍କରେ ପୋଜ୍ ଦେଉଥିବା ନଜର ଆସିଛନ୍ତି। ଦେବୋଲିନାଙ୍କ ସ୍ୱାମୀଙ୍କ ନାମ ଶହନବାଜ ଶେଖ। ସେ ପେଶାରେ ଜଣେ ଜିମ୍ ଟ୍ରେନର।
ଏହା ପୂର୍ବରୁ ଅଭିନେତ୍ରୀଙ୍କ ହଳଦୀ ରସମର ଫଟୋ ଏବେ ଭାଇରଲ ହେବାରେ ହେଉଥିଲା । ଭାଇରଲ ହେଉଥିବା ଭିଡିଓରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ବିଶାଲ ସିଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଦେବୋଲିନା ଏବଂ ବିଶାଲ୍ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ହଳଦିଆ ରଙ୍ଗର କପଡା ପିନ୍ଧିଥିବାର ନଜର ଆସିଥିଲେ। ଆଉ ଭିଡିଓ ବିଶାଲ ଦେବୋଲିନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।