Odia News Portal

ସଲମାନ ଖାନଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ

ବଲିଉଡର ଜଣେ କୋରିଓଗ୍ରାଫର ‘ଡାନ୍ସ ଇଣ୍ଡିଆ ଡାନ୍ସ’ ଶୋ’ର ଡାନ୍ସର ସଲମାନ ୟୁସୁଫ୍ ଖାନଙ୍କ ଉପରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି । ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନରେ ରୁଜୁ କରାଯାଇଥିବା ମାମଲା ଅନୁସାରେ, ଓଶିୱାରାର ଏକ କଫି ହାଉସରେ ସଲମାନ କୋରିଓଗ୍ରାଫରଙ୍କ ସହିତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଏହି ଅଭିଯୋଗ ପରେ ପୁଲିସର ଧାରା ୩୫୪ ଅଧିନରେ ମାମଲା ରୁଜୁ କରି ଆରୋପୀ ଡାନ୍ସରଙ୍କୁ ଖୋଜୁଛି ପୁଲିସ ।