ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ଅର୍ଜୁନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଇନ୍ଷ୍ଟା ଷ୍ଟୋରିରେ ଏ ସଂପର୍କରେ ସୂଚନା ଦେଇଛନ୍ତି ସେ । ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ନିକଟରେ କରୋନା ପଜିଟିଭ୍ ଚିହ୍ନିତ ହୋଇଛି । ଘରେ କ୍ୱାରେଣ୍ଟାଇନ୍ରେ ଅଛି ।
ମେଡିକାଲ ଟିମ୍ ଦ୍ୱାରା ପରାମର୍ଶ ଦିଆଯାଇଥିବା ସମସ୍ତ କଥା ପାଳନ କରୁଛି । ଯଦି କେହି ନିକଟରେ ମୋ ସଂସ୍ପର୍ଶରେ ଆସିଥିବେ ତା’ ହେଲେ ଦୟାକରି ନିଜର ଧ୍ୟାନ ରଖନ୍ତୁ । ସୁରକ୍ଷିତ ରୁହନ୍ତୁ । ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ । ସୁସ୍ଥ ହୋଇଯିବା ପରେ ମୁଁ ପୁଣିଥରେ ଆପଣମାନଙ୍କ ସହ ଯୋଗାଯୋଗ କରିବି ।’
ଐଶ୍ୱର୍ଯ୍ୟାଙ୍କର ଏହି ପୋଷ୍ଟ ପରେ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସୂଚନାଥାଉକି, ଐଶ୍ୱର୍ଯ୍ୟା ଅଭିନେତା ତଥା ବରିଷ୍ଠ ଫିଲ୍ମ ନିର୍ମାତା ଅର୍ଜୁନ ସରଜାଙ୍କ ଝିଅ । ଅର୍ଜୁନଙ୍କୁ ପ୍ରଶଂସକ ‘ଆକ୍ସନ୍ କିଙ୍ଗ’ ଭାବେ ସମ୍ବୋଧନ କରିଥାନ୍ତି ।