Odia News Portal

କଲରଫୁଲ ଡ୍ରେସରେ କ୍ୟାଟ୍ରିନା କଲେ ଫଟୋଶୁଟ୍‌

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କେବଳ ଆକ୍ଟିଂ ପାଇଁ ନୁହେଁ ବରଂ ଫ୍ୟାଶନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରୁନଥିବା ବେଳେ ବଲିଉଡ ସେଲିବ୍ରିଟିଙ୍କ ଫଟୋ ଶୁଟ୍‌ ଆରମ୍ଭ ହୋଇଗଲାଣି। ଏବେ କ୍ୟାଟ୍ରିନା କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନା ବଣ୍ଡ୍‌ ତାହିତ ପାଇଁ ଫଟୋଶୁଟ୍‌ କରିଛନ୍ତି। ଏହି ବ୍ରାଣ୍ଡକୁ ରିବକ୍‌ ଇଣ୍ଡୋର୍ସ କରୁଛି, ଯେଉଁଥିପାଇଁ କ୍ୟାଟ୍ରିନା କଲରଫୁଲ ରାମ୍ବୋ ଡ୍ରେସ ପିନ୍ଧିଛନ୍ତି।

ଏହି କଲରଫୁଲ ଡ୍ରେସ ସହିତ କ୍ୟାଟ୍ରିନା ରିବକ୍‌ ଜୋତା ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ମୂଲ୍ୟ ୭ ହଜାର ଟଙ୍କା । ଏହି ଫଟୋଶୁଟ୍‌ରେ କ୍ୟାଟ୍ରିନା ପିନ୍ଧିଥିବା ଡ୍ରେସ ମେଡ ଇନ ଇଟାଲୀ ରହିଥିବା ବେଳେ ଏହାର ମୂଲ୍ୟ ୬୬ ହଜାର ଟଙ୍କା ରହିଛି।