Odia News Portal

ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ସିଙ୍ଗର କନିକା କପୁର

ମୁମ୍ବାଇ : ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ସିଙ୍ଗର କନିକା କପୁର । ତାଙ୍କ ଷଷ୍ଠ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । କନିକାଙ୍କ ଲଗାତାର ୫ଟି କରୋନା ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିଥିଲା । ସେ ଏବେ ମେଡିକାଲରୁ ଫେରିବା ପରେ ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।

କିନିକା କପୁର ଇଂଲଣ୍ଡରୁ ଫେରି ମାର୍ଚ୍ଚ ୯ରେ ମୁମ୍ବାରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ଯାଇଥିଲେ । ମାର୍ଚ୍ଚ ୧୪ରେ ଉତ୍ତର ପ୍ରଦେଶ ଏୟାରପୋର୍ଟରେ ତାଙ୍କୁ ସ୍କ୍ରିନିଂ କରାଯାଇଥିଲା । ତାଙ୍କ ଦେହରେ ଜ୍ୱର ଥିବା ଜଣାପଡ଼ିବା ପରେ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହଯାଇଥିଲା । କିନ୍ତୁ ସେ ଏହାକୁ ବେଖାତିର କରି ପାର୍ଟିରେ ଯୋଗ ଦେଇଥିଲେ । ସେ କରୋନା ଆକ୍ରାନ୍ତ ଜଣା ପଡ଼ିବା ପରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା ଉତ୍ତର ପ୍ରଦେଶ ପୋଲିସ୍‌ ।