ଥଣ୍ଡା ପାଗ ଆରମ୍ଭ ହୋଇଯାଇଛି। ଏହି ସମୟରେ ଲୋକମାନଙ୍କର ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ଦେଖାଦିଏ । ଯଦି ଆପଣ ବି ଏହି ସମସ୍ୟାରେ ପିଡ଼ିତ ତାହେଲେ ଆପଣ ଅଡ଼ୁଶାର ବ୍ୟବହାର କରିପାରିବେ । ଏହି ଚାରାରେ ବିଭିନ୍ନ ଔଷଧିୟ ଗୁଣ ଥାଏ। ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା, ଆସ୍ଥମା, ବ୍ରୋଙ୍କାଇଟିସ ଆଦି ରୋଗ ଦୁର କରିବାରେ ଏହି ଅଡ଼ୁଶା ଚାରା ସକ୍ଷମ ହୋଇଥାଏ । ଅଡ଼ୁଶା ପତ୍ରରେ ବେସିନ ନାମକ ଔଷଧିୟ ତତ୍ୱ ମିଳିଥାଏ ଯାହାକି ବହୁତ ପ୍ରଭାବି ହୋଇଥାଏ । ଜାଣନ୍ତୁ ଥଣ୍ଡା ସମୟରେ ଅଡ଼ୁଶା ବ୍ୟବହାର କରିବାର ଲାଭ ।
ଅଡ଼ୁଶା କାଶ ଓ ଥଣ୍ଡା ରୋଗକୁ ଦୁର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି -ଇନ୍ଫ୍ଲାମେଟୋରି, ଆଣ୍ଟିବାୟୋଟିକ ଓ ଏକ୍ସପେଟୋରେଣ୍ଟ ଗୁଣ ମିଳିଥାଏ । ଏହା ଛାତି ସମସ୍ୟାକୁ ଦୂର କରି ଫ୍ଲୁ ଲକ୍ଷଣକୁ ଭଲ କରିବାରେ ବହୁତ ପ୍ରଭାବି ଅଟେ। ଅଡ଼ୁଶାର କାଢ଼ା ତିଆରି ପାଇଁ ପ୍ରଥମେ ତାର ପତ୍ରକୁ ଆଣନ୍ତୁ। ତାପରେ ତାକୁ ଗରମ ପାଣିରେ ପକାଇ ଫୁଟାନ୍ତୁ । ପାଣି ଫୁଟିଗଲା ପରେ ଏହି ପାଣିକୁ ଛାଣି ଦିଅନ୍ତୁ। ଏଥର ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ କାଶ ଓ ଥଣ୍ଡାରୁ ବହୁତ ଆରାମ ମିଳିବ।
ଅଡ଼ୁଶା ଶରୀରରେ ରକ୍ତ ପରିଷ୍କାର କରେ। ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରେ। ଏଥିରେ ଆଣ୍ଟି କୋଏଗୁଲାଣ୍ଟ ଓ ଆଣ୍ଟି ଫାଇବ୍ରିନିଲିଟିକ ଗୁଣ ଥାଏ ଯାହା ହାର୍ଟ ବ୍ଲକେଜକୁ ଦୁର କରିଥାଏ । ଅଡ଼ୁଶା ଆମ ଶରୀରରେ ଥଣ୍ଡା ହୋଇଥିବା ସମୟରେ ଶ୍ୱାସ ନଳି ଖୋଲିବାରେ ସାହାଯ୍ୟ କରିଥାଏ। ଆପଣ ଅଡ଼ୁଶା ପତ୍ର, କିସମିସ, ମିଶ୍ରିକୁ ମିଶାଇ କାଢ଼ା ବନାଇ ମଧ୍ୟ ପିଇ ପାରିବେ।