Odia News Portal

ବଡ଼ ଭଉଣୀ ଲତାଙ୍କ ସଚିବଙ୍କୁ ବାହା ହୋଇଥିଲେ ଆସା, ଜାଣନ୍ତୁ

ମୁମ୍ବାଇ ()  ବଲିଉଡର ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।୧୬ ବର୍ଷ ବୟସରେ ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ସଚିବ ଗଣପତ ରାଓଙ୍କ ପ୍ରେମରେ ପଡିଥିଲେ ଆଶା ଭୋଁସଲେ। ଆଉ ଗଣପତ ଥିଲେ ତାଙ୍କ ଦୁଇଗୁଣା ବୟସର। ଗଣପତ ଲତାଙ୍କର ବ୍ୟକ୍ତିଗତ ସଚିବ ଥିଲେ।ପ୍ରେମ ସମ୍ପର୍କ। ଫଳରେ ଆଶା ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବସିଲେ। ହେଲେ କିଛି କାରଣ ଯୋଗୁ ଆଶାଙ୍କ ଘରଲୋକ ଉଭୟଙ୍କ ସମ୍ପର୍କକୁ ବିରୋଧ କଲେ। କାହାର ସମର୍ଥନ ନ ମିଳିବାରୁ ଆଶା ଗଣପତଙ୍କୁ ବାହା ହେବା ପାଇଁ ଘର ଛାଡ଼ି ପଳାଇଥିଲେ।ମାତ୍ର ତାଙ୍କ ବିବାହ ସଫଳ ହୋଇପାରିଲା ନାହିଁ। ଆଶା ପୁଣିଥରେ ନିଜ ଘରକୁ ଫେରିଥିଲେ। ସେତବେଳକୁ ସେ ତିନିଟି ପିଲାର ମାଆ ହୋଇସାରିଥିଲେ।ଏହାପରେ ଆଶା ଲତାଙ୍କ ପରି ସଙ୍ଗୀତ ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିପଡ଼ିଲେ।

ନିଜ ପିଲାଙ୍କ ପେଟ ପୋଶିବା ପାଇଁ ଆଶା ଥାର୍ଡ଼ ଗ୍ରେଡ୍ ଫିଲ୍ମରେ ଗୀତ ଗାଇବାକୁ ଲାଗିଲେ। କୁହାଯାଏ ସେ ସମୟରେ ବଡ଼ ବଡ଼ ଗାୟିକାମାନେ ଯେଉଁ ଗୀତ ଗାଈବାକୁ ମନାକରୁଥିଲେ ସେହି ଗୀତଗୁଡ଼ିକ ହିଁ ଆଶାଙ୍କୁ ମିଳୁଥିଲା।ପରେ ୧୯୫୭ରେ ଓ.ପି. ନ୍ୟାୟର ତାଙ୍କୁ ଫିଲ୍ମ ‘ତୁମସା ନେହିଁ ଦେଖା’ରେ ଏକ ବଡ଼ ବ୍ରେକ୍ ଦେଇଥିଲେ। ୧୯୮୦ରେ ଆଶା ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଯୁଗଳବନ୍ଦୀ ବଲିଉଡକୁ ଅନେକ ହିଟ୍ ଗୀତ ଦେଇଥିଲା।୨୦୧୧ରେ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ଆଶା ଭୋଁସଲେଙ୍କ ନାଁ ସାମିଲ ହୋଇଥିଲା।