ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସୁନ୍ଦର ଅଭିନୟ ତ ଆଉ କେତେବେଳେ ପାରିବାରିକ କଳହ । ବର୍ଷାଙ୍କ ସହ ତାଙ୍କର ପାରିବାରିକ ମାମଲାର ଅନ୍ତ ଘଟି ନଥିବାବେଳେ ଅନୁଭବ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ମୋର ବନ୍ଧୁ, ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବା ସବୁବେଳେ ସୁନ୍ଦର ଲାଗେ । ଏହା ସହ ଆଗକୁ ବଢି ଚାଲ ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ଶେଷରେ ଥମ୍ପସ୍ଅପର ଏକ ଇମୋଜି ଲଗାଇଛନ୍ତି ।

କଟକ ଫ୍ୟାମିଲ କୋର୍ଟରେ ବର୍ଷା ଏବଂ ଅନୁଭବଙ୍କ ମାମଲା ଚାଲିଛି । ଛାଡ଼ପତ୍ର ହେବ କି ଉଭୟ ସାଥୀ ହୋଇ ରହିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ଷାଙ୍କୁ ଛାଡ଼ି ଜାଗୃତି ଅନୁଭବ ବିବାହ କରିବେ ବୋଲି ଅନେକ ଖବର ପ୍ରଚାର ହୋଇଥିଲା । କିନ୍ତୁ ଅନୁଭବ ଏବଂ ଜାଗୃତି ଏହାକୁ ଖଣ୍ଡନ କରିଥିଲେ । ଏପରିକି ଜାଗୃତି ନିଜ ସୋସିଆଲ ମିଡିଆ ଜରିଆରେ ମଧ୍ୟ ସ୍ପଷ୍ଠୀକରଣ ରଖିଥିଲେ । ସେ କହିଥିଲେ କି, ଆମେ କେବଳ ଭଲ ବନ୍ଧୁ । ଆମ ଭିତରେ ସେମିତି କିଛି ନାହିଁ । ତେବେ ପୁଣି ଅନୁଭବଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ସବୁ ଦେଉଥିବା ଦେଖିବାକୁ ମିଳୁଛି ।
