ଭୁବନେଶ୍ବର: ଫିଲ୍ମ ‘ଆରଆରଆର’ରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି। ଫିଲ୍ମରେ ଆଲିଆ ଭଟ୍ଟ ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଆଲିଆଙ୍କ ଯେଉଁ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ସେଥିରେ ସେ ଦମଦାର ଲୁକରେ ନଜର ଆସିଛନ୍ତି। ଫାଷ୍ଟ ଲୁକ ଦେଖି ଦର୍ଶକଙ୍କ ଉତ୍ସୁକତା ଆହୁରି ବଢିଯାଇଛି।

ଆଜି ଆଲିଆଙ୍କ ୨୮ତମ ଜନ୍ମଦିନ। ଜନ୍ମଦିନ ଅବସରରେ ଫିଲ୍ମ ‘ଆରଆରଆର’ରେ ତାଙ୍କ ଚରିତ୍ରର ଫାଷ୍ଟ ଲୁକ ରିଲିଜ ହୋଇଛି। ସୋସିଆଲ ମିଡ଼ିଆରେ ଆଜି ତାଙ୍କର ସୀତା ଲୁକ ରିଲିଜ ହୋଇଛି। ଫଟୋରେ ଆଲିଆ ଶାଢ଼ୀ ପିନ୍ଧି ପୂଜା ଥାଳି ସାମ୍ନାରେ ବସିଥିବା ନଜର ଆସିଛନ୍ତି। ଫଟୋରେ ସେ ଏକ ମନ୍ଦିରରେ ବସିଥିଲା ଭଳି ନଜର ଆସୁଛନ୍ତି। ମନ୍ଦିରରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ବି ରହିଛି। ସୀତାଙ୍କ ଚରିତ୍ରରେ ଆଲିଆଙ୍କ ଏହି ଲୁକ ବହୁତ ଆକର୍ଷଣୀୟ ଲାଗୁଛି।

ଫିଲ୍ମରେ ଆଲିଆଙ୍କ ସହ ଅଜୟ ଦେବଗନ, ରାମ ଚରଣ, ଏନଟିଆର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ଏକ ପିରିୟଡ୍ ଡ୍ରାମା ଫିଲ୍ମ ଯେଉଁଥିରେ ଏସବୁ କଳାକାର ପ୍ରଥମଥର ଏକାସଙ୍ଗେ ପରଦାରେ ନଜର ଆସିବେ।ଫିଲ୍ମକୁ ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲ୍ ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ଫଟୋ ସେୟାର କରି ଫିଲ୍ମ ନିର୍ମାତା ଆଲିଆଙ୍କ ଏକ ଝଲକ ଦେଖାଇଥିଲେ।