Odia News Portal

ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM

ଏମିତି ବି ଆସେ ମୃତ୍ୟୁ। ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ।

ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ପାରଳାଖେମୁଣ୍ଡିରେ ଏକ ବନ୍ଧୁତ୍ୱପୂର୍ଣ୍ଣ ନୈଶ୍ୟ ଭୋଜିରେ ଗୀତ ଗାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହେବା ସହ ଷ୍ଟେଜ୍ ଉପରେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ।

ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱର୍ଗତ ବୀରେନ୍ଦ୍ର ଦାସ ଜଣେ ନିଷ୍ଠାପର ଓ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।