ହରିଦ୍ୱାର: ସମାପନ ଘୋଷଣା ହେଲା କୁମ୍ଭ ମେଳା । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରତୀକାତ୍ମକ ଘୋଷଣା କରାଯାଉ ବୋଲି ନିବେଦନ କରିଥିଲେ । ବନ୍ଦ ନେଇ ଜୁନା ଆଖଡର ସ୍ୱାମୀ ଅବଦେଶାନନ୍ଦ ଗିରି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶର ହରିଦ୍ୱାରରେ ଚାଲୁଥିବା କୁମ୍ଭ ମେଳା ସଂଖ୍ୟାଧିକ ଭକ୍ତ ଓ ସନ୍ଥ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
କୋଭିଡ୍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ ‘ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗରିକମାନଙ୍କୁ ନିବେଦନ କରିଥିଲେ । ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଂଗେ ଆଜି ଫୋନ୍ରେ କଥାବାର୍ତ୍ତା କରିଛି। ସବୁ ସନ୍ଥମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ଜାଣିଲି। ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ। ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।