Odia News Portal

ଏଫଡି ସୁଧହାରକୁ ବୃଦ୍ଧି କଲା ଷ୍ଟେଟ ବ୍ୟାଙ୍କ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମିଆଜୀ ଜମା ବା ଏଫ୍ଡି ଉପରେ ସୁଧରେ ୦.୨୫% ବୃଦ୍ଧି ଘୋଷଣା କରାଯାଇଛି। ବିଭିନ୍ନ ଅବଧିର ଏଫ୍ଡି ଉପରେ ସୁଧ ୦.୦୫%ରୁ ୦.୨୫% ପର୍ଯ୍ୟନ୍ତ ବଢ଼ିଛି। ଆଜିଠାରୁ ନୂତନ ସୁଧ ହାର ଲାଗୁ କରାଯାଇଛି। ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଏଫ୍ଡି ଉପରେ ସୁଧ ହାର ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ବ୍ୟାଙ୍କ ପକ୍ଷରୁ ୨୦୨୨ ଡିସେମ୍ବର ୧୩ରେ ଏଫ୍ଡି ସୁଧରେ ୦.୬୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନୂଆ ୪୦୦ ଦିନିଆ ଜମାର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ୭.୧୦ ପ୍ରତିଶତ ସୁଧ ପାଇବେ। ଏହି ସ୍କିମ୍ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବୈଧ ରହିବ। ବରିଷ୍ଠ ନାଗରିକମାନଙ୍କ ପାଇଁ ‘ଏସ୍ବିଆଇ ୱକେୟାର’ ଜମାର ମଧ୍ୟ ଶୁଭାରମ୍ଭ କରାଯାଇଛି।