Odia News Portal

ଅକ୍ସିଜେନ୍ ସଂକଟରେ ରତନ ଟାଟାଙ୍କ ସହାୟତା

* ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି |

ନୂଆଦିଲ୍ଲୀ : ଗତବର୍ଷ କରୋନା ସହ ମୁକାବିଲା ପାଇଁ ନିୟମ ରିଲିଫ ପାଣ୍ଠିକୁ ବଡରକମର ଯୋଗଦାନ କରି ପ୍ରଶଂସିତ ହୋଇଥିଲେ ରତନ ଟାଟା। ଏବେ ପୁଣି ଉଦାରତା ଦେଖାଇଛନ୍ତି ଟାଟା ଗ୍ରୁପ୍ ମୁଖ୍ୟ । ଦେଶରେ ଅକ୍ସିଜେନ୍ ସଂକଟ ବେଳେ ସଙ୍କଟମୋଚକ ହୋଇ ସାହା ହୋଇଛନ୍ତି ରତନ ଟାଟ । କୋଭିଡ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦେବା ପାଇଁ ନେଇଛନ୍ତି ବଡଧରଣ ପଦକ୍ଷେପ ।

ସେପଟେ ରତନଙ୍କ ଏଭଳି କାର୍ଯ୍ୟ ପରେ ଛୁଟିଛି ପ୍ରଶଂସାର ସୁଅ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ରତନ ଟାଟା ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାର ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ଏହାଦ୍ବାରା ଦେଶରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦୂର ହୋଇପାରିବ ।

ଟାଟା ଗ୍ରୁପ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଲେଖିଛି, ଭାରତର ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପ୍ରସଂଶନୀୟ ।  ଅକ୍ସିଜେନ୍ ସଙ୍କଟକୁ କମ୍ କରିବା, ସ୍ବାସ୍ଥ୍ୟ ପାଇଁ ମୌଳିକ ଭିତ୍ତିଭୂମୀକୁ ପ୍ରୋତ୍ସାହନ ଦେବାର ଏକ ଚେଷ୍ଟା । ଆଉ ଏକ ଟୁଇଟରେ କମ୍ପାନୀ ଲେଖିଛି, ଟାଟା ଗ୍ରୁପ୍ ତରଳ ଅକ୍ସିଜେନ୍ ପରିବହନ ପାଇଁ ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାକୁ ଯାଉଛି।