ନୂଆଦିଲ୍ଲୀ : ଚୀନ୍ ସହିତ ସୀମା-ବିବାଦ ପରେ ସରକାର ୫୯ ଚାଇନିଜ୍ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛନ୍ତି । ପ୍ରତିବନ୍ଧକ ପରେ ଧିରେ ଧିରେ ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଆପ୍ ସଂଖ୍ୟା ବଢୁଛି ଏବଂ ଡାଉନଲୋଡ୍ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଆପ୍ ସେୟାରଚାଟ୍ ଏବେ ଟିକଟକ ଭଳି ନିଜର ଏକ ଆପ୍ ମୋଜ(Moj) ଲଞ୍ଚ୍ କରିଛି ।
ମୋଜ ଏକ ଘରୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହାର ପ୍ୟାରେଣ୍ଟ କମ୍ପାନୀ ସେୟାରଚାଟ୍ । ମୋଜ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରାଯାଇହେବ । ମୋଜର ଫିଚର୍ସ ଟିକଟକ୍ ଭଳି । ଏଥିରେ ମଧ୍ୟ ଆପଣ ସଟ୍ ଭିଡିଓ ପ୍ରସ୍ତୁତ କରିପାରିବେ । ସ୍ପେଶାଲ୍ ଇଫେକ୍ଟ, ଷ୍ଟିକର୍ସ ଓ ଇମୋଶନ୍ ଭଳି ଫିଚର୍ସ ମଧ୍ୟ ମିଳିବ ।
ଏହି ଆପ୍ ୧୫ ଭାରତୀୟ ଭାଷାରେ ରହିଛି । ଏଥିରେ ଇଂରାଜୀ ଭାଷା ସପୋର୍ଟ ନାହିଁ । ସେୟାରଚାଟ୍ ମୋଜକୁ ଲଞ୍ଚ୍ କରିବା ପରେ ୫୦ ହଜାର ଲୋକ ଏହାକୁ ଡାଉନଲୋଡ୍ କରିସାରିଲେଣି । ଏହାକୁ ୫ରୁ ୪.୩ ରେଟିଂ ମଧ୍ୟ ମିଳିସାରିଲାଣି । ମୋଜରେ ଆପଣ ୧୫ ସେକେଣ୍ଡର ଭିଡିଓ ଅପଲୋଡ୍ କରିପାରିବେ । ଖାସ୍ କଥା ହେଉଛି ମୋଜ ଆପରେ ଆପଣଙ୍କୁ ଲିସ୍ ସିକିଂର ମଧ୍ୟ ଫିଚର ମିଳିବ ଯାହା ଟିକଟକରେ ନଥିଲା ।