ଆପଣ ଜିଓ ମାର୍ଟ ମାଧ୍ୟମରେ ସପିଙ୍ଗ କରୁଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ବେଶ ସହାୟକ ହେବ। କାରଣ ରିଲାଏନ୍ସ ରିଟେଲ ଜିଓ ମାର୍ଟ ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’ ବନ୍ଦ କରିବାକୁ ଘୋଷଣା କରିଛି । କୌଣସି ଆଗୁଆ ଘୋଷଣା ନକରି ରିଲାଏନ୍ସ ରିଟେଲ ଚୁପଚାପ୍ ଏହାର ଶୀଘ୍ର ବିତରଣ ସେବାକୁ ବନ୍ଦ କରି ଦେଇଛି। ରିପୋର୍ଟ ଅନୁଯାୟୀ, ଜିଓ ମାର୍ଟର ଏହି ସେବା ଗତ ବର୍ଷ ମାର୍ଚ୍ଚରେ ଆରମ୍ଭ କରାଯାଇଥିଲା । ଲୋକମାନେ ଜିଓ ମାର୍ଟର ସର୍ଭିସ ଏକ୍ସପ୍ରେସ ମାଧ୍ୟମରେ ମାତ୍ର ୯୦ ମିନିଟରେ ସାମଗ୍ରୀ ପାଇପାରୁଥିଲେ । ଆଉ ଏକ୍ସପ୍ରେସ ସେବା ବନ୍ଦ ଘୋଷଣା ପରେ ଏଣିକି ଗ୍ରାହକମାନେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଜିଓ ମାର୍ଟ ଏକ୍ସପ୍ରେସ ଆପ୍ ଡାଉନଲୋଡ୍ କରିପାରିବେ ନାହିଁ ଏବଂ ଏହାର ୱେବସାଇଟ୍ ମଧ୍ୟ ବ୍ୟବହାର କରିପାରିବେ ନାହିଁ ।
ବର୍ତ୍ତମାନ ଏକ୍ସପ୍ରେସ ଆପ ଖୋଲିଲେ ଏହା ଗ୍ରାହକଙ୍କୁ ସିଧାସଳଖ ଜିଓମାର୍ଟ ହ୍ଵାଟ୍ସଆପକୁ ନେଉଛି । ଜିଓ ମାର୍ଟ ହ୍ଵାଟ୍ସଆପ ମାଧ୍ୟମରେ ଗ୍ରାହକମାନେ କିଛି ଘଣ୍ଟା ମଧ୍ୟରେ ଏବଂ ବେଳେବେଳେ ପରଦିନ ପର୍ଯ୍ୟନ୍ତ ସାମଗ୍ରୀ ପାଇପାରିବେ । ତେବେ ଶୀଘ୍ର ବିତରଣ ସେବା ଏକ୍ସପ୍ରେସ ଜିଓ ମାର୍ଟରେ ଆଉ ଉପଲବ୍ଧ ନାହିଁ । ଜିଓ ମାର୍ଟ ଏକ୍ସପ୍ରେସ ପ୍ରଥମେ ନଭି ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଞ୍ଚ କରାଯାଇଥିଲା ଓ କମ୍ପାନୀ ଏହାକୁ ୨୦୦ ସହରକୁ ବିସ୍ତାର କରିବାକୁ ଯୋଜନା କରିଥିଲା ।
Sign in
Sign in
Recover your password.
A password will be e-mailed to you.