ଟେଲିକମ୍ ସେକ୍ଟରରେ ଅପାର ଅଫଳତା ପରେ ବ୍ରଡବ୍ୟାଣ୍ଡ୍ ସେକ୍ଟରରେ ପାଦ ରଖିସାରିଲାଣି ଜିଓ । ଯାହା ଫଳରେ ଭାରତୀ ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି କମ୍ପାନୀଙ୍କ ବଢିଯାଇଛି ଚ୍ୟାଲେଞ୍ଜ । ଖୁବ୍ ଶୀଘ୍ର ଗିଗା ଫାଇବର୍ ଲଂଚ୍ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏବେ ଶୁଣିବାକୁ ମିଳୁଛି ଜିଓକୁ ଟକ୍କର ଦେବା ପାଇଁ ଅଂଟା ଭିଡି ସାରିଲାଣି ଦେଶରେ ପ୍ରଥମ ଡିଟିଏଚ୍ ସେବା ଯୋଗାଇଥିବା ଟାଟା ସ୍କାଏ ।
ମିଳିଥିବା ଖବର ଅନୁଯାୟୀ ଦେଶର ୧୪ ସହରରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିସାରିଲାଣି ଟାଟା ସ୍କାଏ । ଏହି ୧୪ ଟି ସହର ହେଲା ଅହମ୍ମଦାବାଦ୍, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଦିଲ୍ଲୀ,ଗାଜିଆବାଦ, ଗ୍ରେଟର ନୋଏଡା, ଗୁରୁଗ୍ରାମ, ହାଇଦ୍ରାବାଦ, ମୀରା ଭୟନ୍ଦର, ମୁମ୍ବାଇ, ନୋଏଡା, ପିମ୍ପରୀ ଚିଞ୍ଚୱାଡା ଏବଂ ଥାଣେ । ଧୀରେ ଧିୀରେ ଏହି ସେବା ଦେଶର ଅନ୍ୟ ସହରରେ ମଧ୍ୟ ଲପଲବ୍ଧ ହେବ । ତେବେ ଗ୍ରାହକଙ୍କୁ ଅନେକ ମନଲୋଭା ଅଫର୍ ମଧ୍ୟ ଦେଉଛି ଟାଟା ସ୍କାଏ ।
ଏକ ମାସର ପ୍ୟାକେଜ୍ :
ଏହି ପ୍ୟାକେଜରେ କମ୍ପାନୀ ୫ ଏମବିପିଏସର ପ୍ଲାନକୁ ୯୯୯ଟଙ୍କାରେ, ୧୦ ଏମବିପିଏସ୍ ପ୍ଲାନକୁ ୧୧୫୦ଟଙ୍କାରେ, ୩୦ ଏମବିପିଏସର ପ୍ଲାନକୁ ୧୫୦୦ ଟଙ୍କାରେ ଏବଂ ୫୦ ଏମବିପିଏସର ପ୍ଲାନକୁ ୧୮୦୦ ଟଙ୍କାରେ ଦେଉଛି । ଏହା ସହ କମ୍ପାନୀ ୧୦୦ ଏମବିପିଏସର ପ୍ଲାନ୍ ମଧ୍ୟ ଦେଉଛି । ଯେଉଁଥିପାଇଁ ଉପଭୋକ୍ତାଙ୍କୁ ପ୍ରତିମାସରେ ୨୫୦୦ଟଙ୍କା ଦେବାକୁ ପଡିବ । ତେବେ ଇନଷ୍ଟଲେସନ୍ ଚାର୍ଜ ଭାବରେ ଗ୍ରାହକଙ୍କୁ ଅତିରିକ୍ତ ୧୨୦୦ ଟଙ୍କା ଦେବାକୁ ପଡିବ ।
୩ ମାସିଆ ପ୍ୟାକେଜ୍ :
ଏହି ପ୍ୟାକେଜରେ ୫ ଏମବିପିଏସ୍, ୧୦ ଏମବିପିଏସ୍, ୩୦, ୫୦ ଏବଂ ୧୦୦ ଏମବିପିଏସର ପ୍ଲାନ୍ କ୍ରମଶଃ ୨୯୯୭, ୩୪୫୦,୪୫୦୦,୫୪୦୦ ଏବଂ ୭୫୦୦ ଟଙ୍କାରେ ମିଳିବ । ଏହା ସହ ୬୦ ଜିବିର ପ୍ଲାନ୍ ୨୯୯୭ ଏବଂ ୧୨୫ ଜିବିର ପ୍ଲାନ୍ ୩୭୫୦ ଟଙ୍କାରେ ଉପଲବ୍ଧ ।
୫ ମାସିଆ ପ୍ୟାକେଜ୍ :
ଏହି ପ୍ୟାକେଜରେ ଏହି ସବୁ ମୂଲ୍ୟ ବଢି ୪୯୯୫,୫୭୫୦,୭୫୦୦,୯୦୦୦ ଏବଂ ୧୨୦୦୦ ଟଙ୍କା ହୋଇଯିବ । ଏହା ସହ ୬୦ ଜିବି ପ୍ଲାନ୍ ୧୧୨୫୦ରେ ମିଳିବ ।
Sign in
Sign in
Recover your password.
A password will be e-mailed to you.