ବିଶ୍ବର ବଡ଼ ଇଣ୍ଟରନେଟ୍ କଂପାନି ଗୁଗଲ୍ ପକ୍ଷରୁ ଭାରତରେ ୪୫୩ କର୍ମଚାରୀଙ୍କୁ ବିଦା କରାଯାଇଛି। ବିଶ୍ବବ୍ୟାପୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚ୍ଚାଇ ଘୋଷଣା କରିଥିଲେ। କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର କର୍ମଚାରୀଙ୍କୁ ଛଟେଇ ସମ୍ପର୍କିତ ଇ-ମେଲ୍ ପଠାଇଥିଲା। ସ୍ଥାନୀୟ ନିୟମ ଭିନ୍ନ ଭିନ୍ନ ଥିବାରୁ ଅନ୍ୟ ଦେଶଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କୁ ଏହି ନୋଟିସ୍ ପଠାଇବା ଲାଗି ଅଧିକ ସମୟ ଲାଗିବ ବୋଲି ପିଚ୍ଚାଇ କହିଥିଲେ। କଂପାନିର ଲକ୍ଷ୍ୟ ଅନୁସାରେ ଯେଉଁମାନେ ନିହାତି ଦରକାର ସେମାନଙ୍କୁ ଚାକିରିରେ ରଖିବାକୁ ଗୁଗଲ୍ ନିଷ୍ପତ୍ତି ନେଇଛି।