Odia News Portal

ହ୍ରାସ ପାଇଲା ସୁନା ଦର

ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର। ସୁନା ଦର ଏହି ସପ୍ତାହ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏବେ ସୁନା ଦର ୧୦ ଗ୍ରାମ୍‌ ପିଛା ପ୍ରାୟ ୫୬ ହଜାର ଟଙ୍କା ରହିଛି। ସପ୍ତାହ ସାରା ସୁନା ଦର କମ୍‌, ବେଶୀ ହେଉଥିବା ବେଳେ ପୂର୍ବରୁ ୧୦ ଗ୍ରାମ୍‌ ପିଛା ୫୭ ହଜାର ଟଙ୍କା ଥିବା ସୁନାର ଦର ହ୍ରାସ ପାଇ ଏବେ ୫୬ ହଜାର ଟଙ୍କାକୁ ଖସିଯିବା ଏକ ବଡ଼ ରକମ ନିଶ୍ଚୟ।

ଆଇବିଜେଏ ଦର ମୁତାବକ, ଏହି ସପ୍ତାହର ପ୍ରଥମ ଦିନ ସୋମବାରରେ ୨୪ କ୍ୟାରେଟ୍‌ ସୁନା ଦର ରହିଥିଲା ୫୭,୦୭୬ ଟଙ୍କା, ମଙ୍ଗଳବାର ସୁନା ଦର ରହିଥିଲା ୫୭,୦୨୫ ଟଙ୍କା। ସେହିପରି ବୁଧବାର ଦିନ ୫୬,୭୭୦, ଗୁରୁବାର ୫୬,୩୪୩, ଓ ଶୁକ୍ରବାର ଦିନ ଦର ହ୍ରାସ ପାଇ ୫୬,୨୦୪ ଟଙ୍କାରେ ପହଞ୍ଚିଛି।

ଗତ ସପ୍ତାହରେ ଶେଷ ଦିନରେ ସୁନା ଦର ରହିଥିଲା ୫୬,୯୮୩ ଟଙ୍କା। ସେହି ଅନୁସାରେ ଏହି ସପ୍ତାହରେ ସୁନା ଦର ଗ୍ରାମ୍‌ ପିଛା ୭୭୯ ଟଙ୍କ‌ା ହ୍ରାସ ପାଇଛି। ଏହି ସପ୍ତାହରେ ସୁନା ସବୁଠାରୁ ମହଙ୍ଗା ସୋମବାର ଦିନ ହୋଇଥିଲା। ତାପରେ ପୂରା ସପ୍ତାହରେ ସୁନା ଦର କମୁଥିବା ଦେଖିବାକୁ ମିଳିଥିଲା।

ଭାରତୀୟ ସର୍ରାଫା ବଜାରରେ ୨୦୨୩ ମସିହା ଫେବ୍ରୁଆରି ୧୬ ତାରିଖରେ ରୁପା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ସୁନା ଦର ହ୍ରାସ ହୋଇଥିବା ଖବର ମିଳିଥିଲା। ସୁନା ଦର ପ୍ରତି ୧୦ଗ୍ରାମ ପିଛା ୫୬ହଜାର ଟଙ୍କା ରହିଥିବା କୁହାଯାଉଥିବା ବେଳେ ରୁପା ଦର ପ୍ରତି କିଲୋ ପିଛା ୬୫ହଜାରରୁ ଅଧିକ ଟଙ୍କା ରହିଥିବା ସୂଚନା ରହିଥିଲା।