ନୂଆଦିଲ୍ଲୀ : ଲଗାତାର ଷଷ୍ଠ ଦିନ ପାଇଁ ସୁନା ଦର ହ୍ରାସ ପାଇଛି । ଏମ୍ସିଏକ୍ସରେ ଗୋଲ୍ଡ ଫ୍ୟୁଚର ପ୍ରାଇସ୍ ହ୍ରାସ ପାଇଛି । ଏହା ୦.୦୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରା ୩୭,୫୫୧ ଟଙ୍କାରେ ପହଞ୍ଚିଛି । ତିନି ମାସ ମଧ୍ୟରେ ମଧ୍ୟରେ ସୁନାଦର ପ୍ରାୟ ୨,୪୫୦ ଟଙ୍କା ହ୍ରାସ ପାଇଛି ।
ସୁନାଦର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା । ସେହିପରି ରୂପାଦର ମଧ୍ୟ ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ଦର କିଲୋପ୍ରତି ୦.୦୯ ପ୍ରତିଶତ ହ୍ରାସ ପାଇ ୪୩,୪୬୯ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରତି ଆଉନସ୍ ୧,୪୬୩.୬୯ ଡଲାରରେ ପହଞ୍ଚିଛି ।
ସେହିପରି ରୂପାଦର ପ୍ରତି ଆଉନସ୍ ୦.୧ ପ୍ରତିଶତ ହ୍ରାସ ପାଇ ୧୬.୬୩ ଡଲାରରେ ପହଞ୍ଚିଛି ।