ଭାରତର ଦ୍ୱତୀୟ ବଡ ଟେଲିକମ କମ୍ପାନୀ ଏୟାରଟେଲ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଅଫର ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନ ମାତ୍ର ୭୦ ଟଙ୍କା ଯାହାର ଅବଧି ୨୮ ଦିନ । ଏହା ସହ ଏହି ପ୍ଲାନରେ ୧୦୦ ଏମବି ଡାଟା 2G/3G/4G ମିଳିବ। ଏହି ରିଚାର୍ଜ, କମ୍ପାନୀର ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଜଦି କୌଣସି ଗ୍ରାହକ ଏବେ କିଛି ଦିନ ହେବ ଏୟାରଟେଲ ବ୍ୟବହାର କରିବା ଆରମ୍ଭ କରିଛନ୍ତି ତାହେଲେ ସେମାନେ ଏହି ପ୍ଲାନର ଫାଇଦା ଉଠାଇପାରିବେ। ରିଲାଏନ୍ସ ଜିଓ ବଜାରରେ ପ୍ରବେଶ କରିଲା ପରେ ସବୁ ଟେଲିକମ୍ କମ୍ପାନୀର ଅବସ୍ଥା ଖରାପ ହୋଇସାରିଛି। କାରଣ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଶସ୍ତା ଅଫର ଦେଇଆସୁଛି। ଜିଓ ଆସିଲା ପରେ ଭାରତୀୟ ଟେଲିକମ୍ ଇଂଡଷ୍ଟ୍ରିର ରୂପ ବଦଳି ଯାଇଛି। ଜିଓର ସବୁ ପ୍ଲାନର ଲକ୍ଷ୍ୟ ଗ୍ରାହକଙ୍କୁ କମ ଦାମରେ ଅଧିକ ଡାଟା ଦେବା।