ଯାତ୍ରୀଙ୍କ ନିରାପତା ପାଇଁ ଡିଜିସିଏ ଆପଲର ଲାପଟପ(ମ୍ୟାକ୍ବୁକ୍) ନିଷେଧ କରିଛନ୍ତି ।୨୦ ଜୁନରେ ଆପଲ ତାର କିଛି ମଡେଲରେ ତ୍ରୁଟି ଥିବାରୁ କମ୍ପାନି ତରଫରୁ ନୋଟିସ ବାହାର କହିଥିଲା । ତାକୁ ଦେଖି ଡିଜିସିଏ ଲାପଟପକୁ ଫ୍ଲାଇଟରେ ନିଷେଧ କରିଦେଇଛନ୍ତି ।
ଆପଲ୍ ମ୍ୟାକ୍ବୁକ୍ ପ୍ରୋର ଲାପ୍ଟପ୍ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍ଟପ୍ର ବ୍ୟାଟେରୀ ଅଧିକ ଗରମ ହୋଇ ନିଆଁ ଲାଗି ଯାଉଥିବାରୁ ସମ୍ଭାବ୍ୟ ବିପଦକୁ ଦେଖି ଏହି କଟକଣା ଜାରି କରାଯାଇଛି। ଏହି ମଡେଲର ଲାପ୍ଟପ୍ରେ ସଂଯୋଗ ହୋଇଥିବା ବ୍ୟାଟେରୀ ଶୀଘ୍ର ଗରମ ହୋଇଯାଉଥିବା କମ୍ପାନୀ ସନ୍ଦେହ କରୁଛି। ଏହା ବିପଦ ଡାକିଆଣିପାରେ ବୋଲି ମନେ କରି କମ୍ପାନୀ ଉକ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।