Odia News Portal

ଆବଶ୍ୟକ ନଥିଲେ ଭାରତ ନଯିବାକୁ କହିଲା ସିଡିସି

ନୂଆଦିଲ୍ଲୀ:  ଆମେରିକାର ସେଣ୍ଟର୍‌ ଫର ଡିଜିଜ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ସତର୍କ ସୂଚନା ଦିଆଯାଇଛି। ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦେଲା ଆମେରିକା । ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପରାମର୍ଶ ଦେଇଛି ସିଡିସି ।

ଉଲ୍ଲେଖଯୋଗ୍ୟ,  ଭାରତରେ ପ୍ରତିଦିନ ୨ ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଓ ୧ ହଜାରରୁ ଅଧିକ ମୃତ୍ୟୁ ହେଉଥିବା କାରଣରୁ ପରିସ୍ଥିତି ସାଂଘାତିକ ଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଏନେଇ ବିଦେଶ ଯାତ୍ରା ନିୟମାବଳୀ ଜାରି କରିଛି ସିଡିସି । ଏହି ନିୟମ ଅନୁସାରେ ନିହାତି ଆବଶ୍ୟକ ଥିଲେ, ସଂପୂର୍ଣ୍ଣ ଟିକାକରଣ ପରେ ହିଁ ଭାରତ ଯିବା ପାଇଁ ପରାମର୍ଶ ଦେଇଛି ଏହି ସଂସ୍ଥା । ଏହା ପୂର୍ବରୁ ୟୁକେ ମଧ୍ୟ ଭାରତକୁ ରେଡ୍ ଲିଷ୍ଟରେ ଅନ୍ତର୍ଭୂତ କରିଛି । ଏହି ରେଡଲିଷ୍ଟ କେବଳ ଭାରତକୁ ଯାତ୍ରା ପାଇଁ ଉର୍ଦ୍ଧିଷ୍ଟ ।