ବିଏସଏନଏଲ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଆକର୍ଷକ ପ୍ଲାନ ଲଞ୍ଚ କରୁଛି।ନିଜର ୪ଜି ନେଟଓ୍ଵର୍କକୁ ଆହୁରି କେମିତି ମଜବୁତ କରିବ ଏହା ଉପରେ କ୍ରମାଗତ କାମ କରୁଛି ଏବଂ ଅନେକ ଜାଗାରେ ୪ଜି ନେଟଓ୍ଵର୍କ ଉପଲବ୍ଧ କରାଉଛି। ଏହା ମଧ୍ୟରେ କମ୍ପାନୀ ଦୁଇଟି ନୂତନ ସ୍ପେଶାଲ ଟାରିଫ ଭାଉଚର୍ସ ଲଞ୍ଚ କରିଛି, ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ପ୍ଲାନରେ କଣ ସୁବିଧା ରହିଛି …
ବିଏସଏନଏଲର ୯୬ ପ୍ଲାନ
ବିଏସଏନଏଲ ନିଜର ୪ଜି ୟୁଜର୍ସଙ୍କ ପାଇଁ ଏସଟିଭି ୯୬ ଟଙ୍କିଆ ପ୍ଲାନ ଲଞ୍ଚ କରିଛି, ଯାହାର ବୈଧତା ୨୮ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ୨୮ ଦିନ ପର୍ୟ୍ୟନ୍ତ ପ୍ରତିଦିନ ୧୦ ଜିବି ଡାଟା ଦିଆଯାଉଛି। ଏହି ପ୍ଲାନ କିଛି ବଛା ବଛା ସାର୍କିଲ ପାଇଁ ଉଦ୍ଦିଷ୍ଟ ରହିଛି, ଯେଉଁଠି ବିଏସଏନଏଲର ୪ଜି ନେଟଓ୍ଵର୍କ ରହିଛି।
ବିଏସଏନଏଲର ୨୩୬ ପ୍ଲାନ
ବିଏସଏନଏଲ ନିଜର ୪ଜି ଗ୍ରାହକଙ୍କ ପାଇଁ ଏସଟିଭି ୨୩୬ ଟଙ୍କିଆ ପ୍ଲାନ ମଧ୍ୟ ଲଞ୍ଚ କରିଛି, ଯେଉଁଥିରେ ଗ୍ରାହକଙ୍କୁ ୮୪ ଦିନ ପର୍ୟ୍ୟନ୍ତ ପ୍ରତିଦିନ ୧୦ ଜିବି ଇଣ୍ଟରନେଟ୍ ଡାଟା ମିଳିବ। କମ୍ପାନୀ ନିଜର ୪ଜି ନେଟଓ୍ଵର୍କକୁ ପ୍ରମୋଟ କରିବା ପାଇଁ ଏହି ଦୁଇଟି ପ୍ଲାନ ଗ୍ରାହକଙ୍କ ପାଇଁ ନେଇ ଆସିଛି।