ନୂଆଦିଲ୍ଲୀ : କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏବେ ଘରୁ ଅଫିସର କାମ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସଏନଏଲ) ନିକଟରେ ଏକ ଦମଦାର ପ୍ଲାନ ଆଣିଛି। ଏହି ପ୍ଲାନର ଲକ୍ଷ୍ୟ ଘରୁ କାମ କରୁଥିବା ବେଳେ ହେଉଥିବା ଅସୁବିଧାକୁ କମ୍ କରିବା ପ୍ରକୃତରେ ବିଏସଏନଏଲ ୟୁଜର୍ସଙ୍କ ପାଇଁ ଫ୍ରି ଇଣ୍ଟରନେଟ୍ ପ୍ଲାନ୍ ଅଫର କରୁଛି।
କମ୍ପାନୀ Work@Home ପ୍ଲାନରେ ଗ୍ରାହକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି। ମିଳିଥିବା ସୂଚନା ଅନୁସାରେ ବିଏସଏନଏଲ ଏହି ପ୍ଲାନର କେବଳ ଫଶଇଦା କେବଳ ଲ୍ୟାଣ୍ଡଲାଇନ କନେକ୍ସନ ଥିବା ୟୁଜର୍ସଙ୍କ ଦେବ। ପ୍ଲାନରେ ମିଳୁଥିବା ଡାଟା ବେନିଫିଟ୍ ବିଷୟରେ ଯଦି କଥା ହେବା ତେବେ ଗ୍ରାହକଙ୍କୁ ପ୍ରତିଦିନ ୫ ଜିବିର ଡାଟା ଦିଆଯାଉଛି। ଏହାର ସ୍ପିଡ୍10Mbps ରହିବ ଓ ପୁଣିଥରେ ୧୦୦% ଡାଟାର ବ୍ୟବହାର କରିବା ପରେ ୟୁଜରଙ୍କ ସ୍ପିଡ୍ କମ୍ ହୋଇ 1Mbps ହୋଇଯିବ।
ଏହି ପ୍ଲାନର ବିଷେଶ୍ବତ ହେଉଛି ୫ ଜିବି ଡେଲି ଡାଟା ଲିମିଟ୍ ପରେ ମଧ୍ୟ ଗ୍ରାହକଙ୍କୁ କୌଣସି FUP ଲିମିଟ୍ ଦିଆଯାଇ ନାହିଁ। କୁହାଯାଇଛି ଯେ, ଏହି ପ୍ଲାନ ଆଣ୍ଡାମାନ ଓ ନିକୋବାର ସମେତ ସମସ୍ତ ସର୍କଲର ବ୍ରଡବ୍ୟାଣ୍ଡ ୟୁଜର୍ସଙ୍କୁ ମାଗଣାରେ ଉପଲବ୍ଧ କରାଯିବ। ଏହି ପ୍ଲାନ ସେମାନଙ୍କୁ ଦିଆଯିବ, ଯାହାଙ୍କ ପାଖରେ ଲ୍ୟାଣ୍ଡଲାଇନ୍ କନେକ୍ସନ ରହିଛି, କିନ୍ତୁ ବ୍ରଡବ୍ୟାଣ୍ଡ କନେକ୍ସନ ନାହିଁ।