ବିଶ୍ୱ ସ୍ତରରେ ନୋକିଆର ପେରେଣ୍ଟ କମ୍ପାନୀ ଭାବେ ଜଣା ଏଚଏମ୍ଡି ଗ୍ଲୋବାଲ ସୂଚନା ଦେଇଛିକି, ଖୁବଶୀଘ୍ର କମ୍ପାନୀ Nokia 5.3 ସେଟ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଜାରି ହୋଇଥିବା ଏକ ଖବର ଅନୁଯାୟୀ କମ୍ପାନୀ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏକ ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ଲଞ୍ଚ କରିବା ନେଇ ଯୋଜନା ରଖିଛି । ଏଚଏମ୍ଡି ଗ୍ଲୋବାଲ ଭାରତରେ ଚଳିତ ବର୍ଷ ଜୁନରେ ନୋକିଆ ଫୋନ ଲଞ୍ଚ କରିଥିଲା । ଏହି ଫୋନ ନୋକିଆ କ୍ଲାସିକ ଶ୍ରେଣୀର ହୋଇଥିବା ବେଳେ ଏଥିରେ ନୋକିଆ ୧୦୫ ଓ ନୋକିଆ ୩୩୧୦ ଫିଚର ମାନ ବି ସାମିଲ ଅଛି ।
ଏଚଏମ୍ଡି ଗ୍ଲୋବାଲ କମ୍ପାନୀ ନୋକିଆ 5.3କୁ ପୂର୍ବରୁ ହିଁ ୟୁରୋପ ବଜାରରେ ଲଞ୍ଚ କରି ସାରିଛି । ୟୁରୋପୀୟ ବଜାରରେ ଏହି ସ୍ମାର୍ଟଫୋନର ଦର ୧୮୯ ୟୁରୋ ରଖାଯାଇଥିବା ବେଳେ ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୧୫,୨୦୦ ଟଙ୍କା ପାଖାପାଖି ହେବ ବୋଲି ଜଣାଯାଇଛି । କିନ୍ତୁ ଭାରତୀୟ ବଜାରରେ ଏହାର ଦର ଅପେକ୍ଷାକୃତ କମ ରହିବ ବୋଲି ଆଶା କରାଯାଉଛି । ସ୍ପେସିଫିକେସନ ଦୃଷ୍ଟିରୁ ଦେଖିଲେ ଏହି ଫୋନରେ ୬.୫୫ଇଂଚର ଏଚଡ଼ି+ ଡିଷ୍ପ୍ଲେ ସୁବିଧା ମିଳିପାରିବ ।