Odia News Portal

BSNL ଲଞ୍ଚ୍ କଲା ଦମଦାର୍ ପ୍ଲାନ୍

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ୮୦ ଦିନର ବୈଧତା ବିଶିଷ୍ଟ ଏକ ଶସ୍ତା ପ୍ଲାନ୍ ଲଞ୍ଚ୍ କରିଦେଇଛି । ଏହି ପ୍ଲାନର ଦାମ୍ ୩୯୯ ଟଙ୍କା । ଏହି ପ୍ଲାନରେ ୨୫୦ ମିନିଟ୍ ପ୍ରତିଦିନ କଲିଂ ପାଇଁ ମିଳୁଛି ।  ଏହା ସହିତ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ ଏସଏମଏସ ମଧ୍ୟ ପାଇବେ ଗ୍ରାହକ । ଏହି ନୂଆ ପ୍ଲାନ ୧୫ ଅଗଷ୍ଟରୁ ଆରମ୍ଭ ହେବ । ଲିମିଟ୍ ସମାପ୍ତ ହେବା ପରେ ୟୁଜର୍ସଙ୍କୁ ୧ ଟଙ୍କା ପ୍ରତି ମିନିଟ୍ ଲୋକାଲ୍ କଲ ପାଇଁ ଦେବାକୁ ପଡିବ । ଯଦିଓ ଲ୍ୟାଣ୍ଡଲାଇନ୍ ଓ ଏସଟିଡି କଲ୍ସ ପାଇଁ ୟୁଜର୍ସଙ୍କୁ ୧.୩୦ ଟଙ୍କା ପ୍ରତି ମିନିଟ୍ ଦେବାକୁ ପଡିବ ।

୨ ପୂରୁଣା ପ୍ଲାନ୍ ବନ୍ଦ କରିବ BSNL
ନୂଆ ପ୍ଲାନ୍ ବ୍ୟତୀତ BSNL ନିଜ ୩୯୯ ଟଙ୍କା ଓ ୧୬୯୯ ଟଙ୍କିଆ ୨ ପୂରୁଣା ପ୍ଲାନକୁ ବନ୍ଦ ମଧ୍ୟ କରିବ । ୧୫ ଅଗଷ୍ଟରୁ ଏହି ୨ ପ୍ଲାନ୍ ବନ୍ଦ ହୋଇଯିବ । ବଦଳରେ ୩୯୯ ଟଙ୍କିଆ ପ୍ଲାନ୍ ଆକ୍ଟିଭେଟ୍ ହୋଇଯିବ । ବିଏସଏନଏଲର ଏହି ନୂଆ ପ୍ଲାନ ବର୍ତ୍ତମାନ ଚେନ୍ନାଇ ତାମିଲନାଡୁ ସର୍କଲରେ ଉପଲବ୍ଧ ।

କହିରଖୁଛୁ କିଛି ଦିନ ପୂର୍ବରୁ ଚେନ୍ନାଇ ସର୍କଲରେ ୧୪୭ ଟଙ୍କାର ପ୍ଲାନ ମାର୍କେଟକୁ ଆସିଥିଲା ଯେଉଁଥିରେ ଗ୍ରାହକଙ୍କୁ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂ ମିଳୁଛି । ଏହି ପ୍ଲାନର ବୈଧତା ୩୦ ଦିନ । ପ୍ଲାନରେ ଗ୍ରାହକଙ୍କୁ ସମୁଦାୟ ୧୦ ଜିବି ଡାଟା ମଧ୍ୟ ମିଳିବ । ଏହି ନୂଆ ପ୍ଲାନ ବ୍ୟତୀତ କମ୍ପାନୀ ୨୪୭ ଟଙ୍କିଆ ପ୍ଲାନକୁ ଅପଡେଟ୍ କରିଛି ଯାହା ପରେ ଏହାର ବୈଧତା ୩୬ ଦିନ ହୋଇଯାଇଛି । ଏହା ପୂର୍ବରୁ ଏହାର ବୈଧତା ୩୦ ଦିନ ଥିଲା । ତେବେ ୧୯୯୯ ଟଙ୍କିଆ ପ୍ଲାନର ବୈଧତା ୪୩୯ ଦିନ ହୋଇଯାଇଛି ।