ନୂଆଦିଲ୍ଲୀ : ଆମାଜନରେ ୬ ଓ ୭ ଅଗଷ୍ଟରେ ପ୍ରାଇମ୍ ଡେ ସେଲ୍ର ଆୟୋଜନ କରାଯାଇଥିଲା । ଏବେ ଏହି ସେଲ୍ ସରିବା ପରେ ଉକ୍ତ କମ୍ପାନୀ ଆଉ ଏକ ଫ୍ରିଡମ୍ ସେଲ୍ ୨୦୨୦ର ଆରମ୍ଭ କରିଦେଇଛି । ଆପଣଙ୍କୁ କହି ରଖୁଛି କି ଯେଉଁଠି ଗୋଟେପଟେ ପ୍ରାଇମ୍ ଡେ ସେଲ୍ ପ୍ରାଇମ୍ ମେମ୍ୱରଙ୍କ ପାଇଁ ଏକ୍ସକ୍ଲୁସିଭ୍ ଥିଲା , ସେପଟେ ଆମାଜନର ଫ୍ରିଡମ ଡେ ସେଲ୍ ସମସ୍ତଙ୍କ ପାଇଁ ଖୋଲା । ଏହି ସେଲ୍ର ଆରମ୍ଭ ଆଜି ଅର୍ଥାତ୍ ୮ ଅଗଷ୍ଟରେ ହୋଇଛି ଏହା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ।
ଏହି ସମୟରେ ସ୍ମାର୍ଟଫୋନ୍ , ଲ୍ୟାପଟପ୍ ଓ ଟିଭି ମଡେଲ ସମେତ ଅନେକ ପ୍ରଡକ୍ଟରେ ଡିଲ୍ସ ଓ ଡିସକାଉଣ୍ଟର ଲାଭ ଗ୍ରାହକମାନେ ପାଇ ପାରିବେ । ଫ୍ରିଡମ୍ ଡେ ସେଲ୍ ସମୟରେ ଆମାଜନ ଦ୍ୱାରା ଏସ୍ବିଆଇ କ୍ରେଡିଟ୍ କାର୍ଡ ହୋଲଡରଙ୍କୁ ୫,୦୦୦ଟଙ୍କାର ମିନିମମ କ୍ରୟ ଉପରେ ୧୫ ୦୦ ଟଙ୍କା ଯାଏ ୧୦ ପ୍ରତିଶତ ଇନଷ୍ଟେଟ୍ ଡିସ୍କାଉଣ୍ଟ ମଧ୍ୟ ଦିଆଯାଉଛି । ଏହା ସହ ଆମାଜନ ଦ୍ୱାରା ଅନେକ No Cost EMI ଅପ୍ସନ୍ ମଧ୍ୟ ଦିଆଯାଉଛି ।
ସେଲ୍ ସମୟରେ ଆମାଜନ Samsung , OnePlus , Xiaomi , Realme ଓ Vivo ଭଳି ଟପ୍ କମ୍ପାନୀଗୁଡ଼ିକର ସ୍ମାର୍ଟଫୋନ୍ ଉପରେ ୪୦ ପ୍ରତିଶତ ଯାଏ ଡିସ୍କାଉଣ୍ଟ ଦେଉଛି । କମ୍ପାନୀ ୱାନପ୍ଲସ୍ ଫୋନ୍ ଉପରେ ୪୦୦୦ଟଙ୍କା ଯାଏ ଡିସ୍କାଉଣ୍ଟ , ସାଓମିର ସ୍ମାର୍ଟଫୋନ୍ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ , ସାମସଙ୍ଗର ଏମ୍ ସିରିଜ୍ର କିଛି ସ୍ମାର୍ଟଫୋନ୍ ଉପରେ ୬ ମାସ ଯାଏ ନୋ-କଷ୍ଟ ଇଏମ୍ଆଇ ଏବଂ ସାମସଙ୍ଗର ଫ୍ଲାଗସିପ୍ ସାର୍ଟଫୋନ୍ ଉପରେ ୨୫,୦୦୦ଟଙ୍କା ଯାଏ ଡିସ୍କାଉଣ୍ଟ ଦେଉଛି । ଏହା ସହ ଆପଲ୍ ପ୍ରଡକ୍ଟ ଉପରେ ମଧ୍ୟ ୧୦ ହଜାର ଟଙ୍କା ଯାଏ ଡିସ୍କାଉଣ୍ଟ ଦିଆଯାଉଛି ।