Odia News Portal

ପତଞ୍ଜଳି ଉପରେ ଲଗିଲା ୧୦ ଲକ୍ଷ ଟଙ୍କାର ଜରିମନା

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁବେଦ  ଓ ଦିବ୍ୟ ମନ୍ଦିର ଯୋଗ ଟ୍ରଷ୍ଟ  ଦେବେ ୧୦ ଲକ୍ଷ ଟଙ୍କାର ଜରିମନା। ଏନେଇ ଆଜି ମାଡ୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ଜରିମନା ଲଗାଇବା ପଛରେ ରହିଛି ବାବା ରାମଦେବଙ୍କ ପତଞ୍ଜଳି ଦ୍ବାରା ପ୍ରସ୍ତୁତ  କରୋନ ଔଷଧ ‘କରୋନିଲ୍’କୁ ନେଇ। ପତଞ୍ଜଳି ପକ୍ଷରୁ ଦାବି କରାଯାଇଥିଲା ଆର୍ୟୁବେଦିକ ସୁତ୍ରୀକରଣ ‘କରୋନିଲ’ କରୋନା ଭାଇରସକୁ ଠିକ୍ କରିପାରିବ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ କରୋନା ଭାଇରସର ଉପଚାରକୁ ନେଇ ଦାବି କରାଯାଇଥିବା ‘କରୋନିଲ’ ଔଷଧର ଟ୍ରେଡମାର୍କ ଲଗାଇବା ଉପରେ ରୋକ ଲଗାଇ ଦେଇଥିଲେ।

ବିଚାରପତି ସିଭି କାର୍ତ୍ତିକେୟନ ଚେନ୍ନାଇ କମ୍ପାନୀ ଅରୁଦ୍ର ଇଞ୍ଜିନିୟରିଂ ଲିମିଟେଡର ଆବେଦନ ଉପରେ ୩୦ ଜୁଲାଇ ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦେଶ ଜାରି କରିଥିଲେ। ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ ଦାବି କରିଥିଲା ​ ଯେ, ୧୯୯୩ ରେ ତାଙ୍କ ପାଖରେ ‘କରୋନିଲ୍’ ଟ୍ରେଡମାର୍କ ଅଟେ।  କରୋନିଲ-୨୧୩ ଏସପିଏଲ ଓ କରୋନିଲ୍-୯୨ ବି’ର ରେଜିଷ୍ଟେ୍ରସନ୍ କରାଯାଇଥିଲା, ସେବେଠାରୁ ଏହାର ରିନ୍ୟୁଆଲ କରୁଛନ୍ତି।

ବାବା ରାମଦେବ ବୁଧବାର କହିଥିଲେ ଯେ, ପତଞ୍ଜଳି ଆର୍ୟୁବେଦ ’କରୋନିଲ’ର ଆବଶ୍ୟକତାକୁ ପୂରଣ କରିବା ପାଇଁ କାମ ଜାରି ରଖିଛି। ଆଜି ପର୍ଯ୍ୟନ୍ତ ସେ ପ୍ରତିଦିନ କେବଳ ୧ ଲକ୍ଷ ପ୍ୟାକେଟ୍ ଯୋଗଇ ପାରୁଛୁ। ସେ କହିଛନ୍ତି, ଆଜି ପ୍ରତିଦିନ ‘କରୋନିଲ୍’ ର ୧୦ ଲକ୍ଷ ପ୍ୟାକେଟ୍ ମଗାଯାଉଛି, କିନ୍ତୁ ଆମେ କେବଳ ୧ ଲକ୍ଷ ପ୍ୟାକେଟ୍ ଦେଇପାରୁଛୁ। କରୋନିଲର ମୂଲ୍ୟ କେବଳ ମାତ୍ର ୫୦୦ ଟଙ୍କା ରଖାଯାଇଛି, କିନ୍ତୁ ଯଦି ଆମେ ଏହାର ମୂଲ୍ୟ ୫୦୦୦ ଟଙ୍କା ରଖାଯାଇଥାଏ ତେବେ ଆଜି ଆମେ ସହଜରେ ୫ହଜାର କୋଟି ଟଙ୍କା ରୋଜଗାର କରିପାରିତାନ୍ତୁ। କିନ୍ତୁ ଆମେ ଏଭଳି କରିନୁ।

ଉଲ୍ଳେଖନୀୟ ଯେ, କରୋନିଲ୍ ଲଞ୍ଚ ହେବା ପୂର୍ବରୁ ବାବା ରାମଦେବ ଦାବି କରିଥିଲେ ଯେ, କରୋନିଲ୍ ଔଷଧ କରୋନା ରୋଗୀଙ୍କୁ ଠିକ୍ କରିପାରେ। ତେବେ ଆୟୁଷ ମନ୍ତ୍ରଣାଳୟ କହିଥିଲା, ପତଞ୍ଜଳି ଏହି ଔଷଧକୁ ଇମ୍ୟୁନିଟି ବୁଷ୍ଟର ଭାବରେ ବିକ୍ରୀ ହୋଇପାରିବ। ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଥିଲା ଯେ, ‘କରୋନିଲ୍’କୁ କରୋନା ଭାଇରସର ଚିକିତ୍ସା ଭାବରେ ବିକ୍ରି କରିହେବନି।