ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପ୍ରତି ୧.୧୦ ପ୍ରତିଶତ ବା ୫୦୯ଟଙ୍କା ଖସି ୪୫,୮୧୩ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର ୪୬,୯୧୨ ବୋଲି ରେକର୍ଡ କରାଯାଇଥିଲା । ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର ହ୍ରାସ ଘଟିଛି ।
ଏମସିଏକ୍ସ ରିପୋର୍ଟ ଅନୁଯାୟୀ ବୁଧବାର ସନ୍ଧ୍ୟା ସୁଦ୍ଧା ରୂପା ଦର୧.୫୬ ବା ୭୪୪ପ୍ରତିଶତ କମି କିଲୋଗ୍ରାମ ପ୍ରତି ୪୭,୭୪୪ଟଙ୍କାରେ ପହଂଚିଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବି ବୁଧବାର ଉଭୟ ସୁନା ଓ ରୂପା ଦରରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ସୁଦ୍ଧା ସୁନା ଦର ୧.୩୭ ପ୍ରତିଶତ ବା ୨୩.୭୦ ହ୍ରାସ ପାଇ ଆଉନ୍ସ ପିଛା ୧୭୦୪.୫୦ଡ଼ଲାରରେ ପହଞ୍ଚିଛି ।
ଠିକ ସେହିପରି ବିଶ୍ୱ ବଜାରରେ ଚାନ୍ଦି ଦରରେ ବି ଏକ ଭାରି ପରିବର୍ତ୍ତନ ଲକ୍ଷ କରାଯାଇଛି । ମଙ୍ଗଳବାର ଏହି ମୂଲ୍ୟ ୪୮,୮ ୬୧ ଟଙ୍କା ଥିଲା । ବୁଧବାର ସନ୍ଧ୍ୟା ସୁଦ୍ଧା ରୂପ ଦରର ୧.୦୭ ପ୍ରତିଶତ ବା ୦.୧୮ ଡ଼ଲାର ହ୍ରାସ ପାଇ ଆଉନ୍ସ ପିଛା ୧୬.୯୫ଡ଼ଲାରରେ ପହଂଚିଛି । ସୁନା ଓ ରୂପା ବତ୍ତୀତ ପ୍ଳଟିନମ, ପାଲାଡିୟମ ପରି ମୂଲ୍ୟବାନ ଧାତୁ ଗୁଡିକରେ ବି ବଡ ଧରଣର ହ୍ରାସ ଘଟିଛି । ପ୍ଳଟିନମ ମୂଲ୍ୟ ୦.୯୨ ପ୍ରତିଶତ ବା ୭ .୬୯ଡ଼ଲାର ହ୍ରାସ ସହିତ ଆଉନ୍ସ ପିଛା ୮୨୫.୭୨ ଡ଼ଲାରରେ ପହଞ୍ଚିଥିବା ବେଳେ ପୋଲାଡିୟମ ମୂଲ୍ୟ ୨.୮୭ ପ୍ରତିଶତ ବା ୫୬.୧୧ ଡ଼ଲାର ହ୍ରାସ ପାଇ ଆଉନ୍ସ ପ୍ରତି ୧୮୯୯.୭୯ ଡ଼ଲାରରେ ପହଂଚିଛି ।