ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ ଆଗରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଏହାସହ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଆଜି (ଶନିବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା-ରୁପା ମୂଲ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୬,୬୦୦ ଟଙ୍କା ଥିଲା ।
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ରୁପା ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି । ଆଜି ରୁପା ମୂଲ୍ୟରେ ୧୪୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୬,୭୦୦ ଟଙ୍କା ରହିଛି । ଯାହା ଗତକାଲି ୪୫,୨୫୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି । ଆଜି ସୁନା ଦର ୬୬୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୫୩୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୮୭୦୦ ଟଙ୍କାରେ ବନ୍ଦ ହୋଇଥିଲା । ୧୧ କ୍ୟାରେଟ ସୁନା ମୂଲ୍ୟରେ ୬୨୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୬୦ ଟଙ୍କା ରହିଛି । ଯାହା ଗତକାଲି ୪୪,୮୪୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୪୫୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୬,୭୦୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୫,୨୫୦ ଟଙ୍କା ଥିଲା ।