Odia News Portal

ଏୟାରଟେଲ ଏକ୍ସଟ୍ରିମରେ ରେଟ୍ରୋ କଂଟେଟ ବ୍ୟବହାରକାରୀଙ୍କ ନୂଆ ପସନ୍ଦରେ ପରିଣତ ହୋଇଛି

ପ୍ରିମିୟମ ଡିଜିଟାଲ କଂଟେଟ ପାଇଁ ଉଦ୍ଦିଷ୍ଟ ଭାରତର ପ୍ରଥମ ଭିଡିଓ ନେଟୱକ,ର୍ ଏୟାରଟେଲ ଏକ୍ସଟ୍ରିମ୍ ଆପ୍‌ରେ ଅତୀତର ଆବେଗପୂର୍ଣ୍ଣ ସ୍ମୃତିଗୁଡ଼ିକ ସବୁଠାରୁ ବୃହତ ଟ୍ରେଣ୍ଡ ଭାବେ ଦେଖାଦେଉଛି । ଏୟାରଟେଲ ପକ୍ଷରୁ ଏହି ଲୋକପ୍ରିୟ ଆପ୍‌, ୪୦୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ ଏବଂ ୧୦,୦୦୦ରୁ ଅଧିକ କାର୍ଯ୍ୟକ୍ରମ ପ୍ରଦାନ କରୁଛି । ଯେବେକି ଗତ ମାର୍ଚ୍ଚର ମଧ୍ୟଭାଗ ଠାରୁ ଏହି ଆପ୍‌ରେ ସାମୁହିକ ଷ୍ଟ୍ରିମିଙ୍ଗ ପରିମାଣ ୫୦% ବୃଦ୍ଧି ପାଇଛି, ଯାହା ଦର୍ଶାଉଛି ଯେ ବ୍ୟବହାରକାରୀଙ୍କ ମଧ୍ୟରେ ପୁରୁଣା ଦିନର କାର୍ଯ୍ୟକ୍ରମ ଓ ସିନେମା ଗୁଡ଼ିକ ପାଇଁ ଚାହିଦା ଅଧିକ ବଢ଼ୁଛି । ମାଲଗୁଡ଼ି ଡେଜ୍‌, ଦେଖ୍ ଭାଇ ଦେଖ୍ ଭଳି ଆହୁରି ଅନେକ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ଗୁଡ଼ିକର ଷ୍ଟ୍ରିମିଙ୍ଗ ପରିମାଣରେ ୩୦୦% ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିଭଳି ମଦର ଇଣ୍ଡିଆ, ଡନ୍‌, ଅନ୍ଦାଜ ଆପ୍‌ନା ଆପ୍‌ନା ଭଳି ଆହୁରି ଅନେକ ବଲିଉଡ କ୍ଲାସିକ ଗୁଡ଼ିକର ଷ୍ଟ୍ରିମିଙ୍ଗ ପରିମାଣରେ ୧୦୦% ବୃଦ୍ଧି, ଏହି କେଂଟେଟ ଗୁଡ଼ିକ ପ୍ରତି ଦୃଢ଼ ଚାହିଦାକୁ ଦର୍ଶାଉଛି ।

ଅନ୍ୟପଟେ ନନ୍‌-ମେଟ୍ରୋ ଏବଂ ୟୁପି, ବିହାର ଓ ରାଜସ୍ଥାନ ଭଳି ଛୋଟ ସହରଗୁଡ଼ିକରେ ଥିବା ବ୍ୟବହାରକାରୀଙ୍କ ନୀକଟରୁ ପୁରୁଣା କଂଟେଟଗୁଡ଼ିକ ପାଇଁ ଚାହିଦା ପାଖାପାଖି ୮୦% ବୃଦ୍ଧି ପାଇଛି, ଯାହାକି ଏହି ବଜାରଗୁଡ଼ିକରେ ସ୍ମାର୍ଟଫୋନ ଭାବେ ଓଟିଟିର ବର୍ଦ୍ଧିତ ଗ୍ରହଣୀୟତା ଏବଂ ୪ଜି ପହଂଚର ପରିମାଣରେ ବୃଦ୍ଧିକୁ ଦର୍ଶାଉଛି । ଯେମିତିକି ଲୋକମାନେ ବର୍ତମାନ ଘରେ ଅଧିକ ସମୟ ବିତାଉଛନ୍ତି ତେଣୁ ଏୟାରଟେଲ ଏକ୍ସଟ୍ରିମରେ ହାରାହାରି ପର୍ଯ୍ୟାୟ ସମୟ ଏବଂ ପ୍ରତି ବ୍ୟବହାରକାରୀଙ୍କ ପିଛା ଦୈନିକ ପର୍ଯ୍ୟାୟ ସଂଖ୍ୟାରେ ମଧ୍ୟ ୪୦% ଅବିବୃଦ୍ଧି ପରିଲକ୍ଷିତ ହୋଇଛି ।

ଏହା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ବର୍ତମାନର ପରିସ୍ଥିତି ଭିଡିଓ ମନୋରଞ୍ଜନକୁ ନିଶ୍ଚିତ ରୂପେ ଏକ ବୃହତ ବ୍ୟବହୃତ ପ୍ରସଙ୍ଗରେ ପରିଣତ କରିଛି । ଯେହେତୁ ବର୍ତମାନର ପରିସ୍ଥିତି ମଧ୍ୟ ଆମକୁ ଭାବପ୍ରବଣ କରିଦେଇଛି ତେଣୁ ଏହି ସମୟରେ ଏହି ଭିଡିଓଗୁଡ଼ିକ ଆମକୁ ପୁଣି ଅତୀତକୁ ଫେରିଯାଇ ସେହି ସ୍ନେହପୂର୍ଣ୍ଣ ସ୍ମୃତିଗୁଡ଼ିକୁ ପୁନରୁଦ୍ରେକ କରିବା ପାଇଁ ଯଥେଷ୍ଟ ସମୟ ଓ ପରିସର ଯୋଗାଦେଇଛି ।”