ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ କାରଣରୁ ଭାରତ ଓ ସମଗ୍ର ବିଶ୍ୱ ଏବେ ଏକ ଅପ୍ରତ୍ୟାଶିତ ସମୟ ମଧ୍ୟରେ ଗତି କରୁଛି । ଏଭଳି ଏକ ସଙ୍କଟ ସମୟରେ, ପଡୋଶୀ ବ୍ୟବସାୟୀ ଯେପରିକି କିରାନା ଷ୍ଟୋର ମାଲିକ, ଔଷଧ ଦୋକାନୀ, ଦୁଗ୍ଦ ବ୍ୟବସାୟୀ ଓ ପରିବା ଦୋକାନୀମାନେ ଦେଶରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରି ବାସ୍ତବ ଯୋଦ୍ଧା ରୂପେ ଉଭା ହୋଇଛନ୍ତି । ଭାରତରେ କ୍ଷୁଦ୍ର ବ୍ୟବସାୟୀ ଓ ଟ୍ରେଡର୍ମାନେ ୬୩.୪ ମିଲିୟନ ୟୁନିଟ୍ ସାମିଲ କରିବା ସହ ଭାରତର ଜିଡିପିରେ ପ୍ରାୟ ୩୦% ଯୋଗଦାନ ଦେଇଥାନ୍ତି ଓ ପ୍ରାୟ ୪୬୦ ମିଲିୟନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଭାରତର ପ୍ରତ୍ୟେକ ବ୍ୟବସାୟୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡ ଏକ ନୂତନ ଟିଭି ବିଜ୍ଞାପନର ଉନ୍ମୋଚନ କରିଛି, ଯେଉଁଥିରେ ମହାନ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଅଭିନୟ କରିଛନ୍ତି ।
ଏହି ଭିଡିଓରେ ଧୋନି ପ୍ରତ୍ୟେକ ଭାରତୀୟଙ୍କ ସହ ଏକ ଭାବପ୍ରବଣତା ସୃଷ୍ଟି କରିଛନ୍ତି; ଯେଉଁଥିରେ କୋଭିଡ-୧୯ ବିରୋଧରେ ଲଢେଇରେ କିଭଳି ବ୍ୟବସାୟୀମାନେ ଆଗଧାଡିରେ ରହି କାର୍ଯ୍ୟ କରୁଛନ୍ତି ଏବଂ ସାମାଜିକ ଦୂରତା ଓ ନିଜର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ବଜାୟ ରଖିଛନ୍ତି ତାହା ପ୍ରଦର୍ଶିତ ହୋଇଛି । ଏହି ଭିଡିଓରେ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଚିତ୍ରଣ କରାଯାଇଛି, ଯେଉଁମାନେ ନିଜ ପଡୋଶୀ ବ୍ୟବସାୟୀମାନଙ୍କ ସମ୍ପର୍କରେ ନିଜର ପ୍ରିୟ ସ୍ମୃତିକୁ ବାଂଟିବା ସହିତ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଭିଡିଓରେ ଦର୍ଶକମାନଙ୍କୁ ମଧ୍ୟ +୯୧-୯୩୧୯୧୩୮୧୩୯ ନମ୍ବରରେ କଲ୍ କରି କିମ୍ବା ୰ଥ୍ୟାଙ୍କ୍ୟୁବ୍ୟାପାରିୟୋଁ ସହିତ ନିଜର ଧନ୍ୟବାଦ ମେସେଜ ଟ୍ୱିଟ୍ କରିବାକୁ ନିବେଦନ କରାଯାଇଛି । ଲକ୍ଡାଉନ୍ ପରେ ଏହି ସମାନ ଫୋନ୍ଲାଇନ୍କୁ ସେମାନଙ୍କ ଦୋକାନକୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ସହ ସକ୍ଷମ କରିବା ପାଇଁ ବ୍ୟବସାୟୀମାନଙ୍କଠାରୁ ଆବେଦନ ଗ୍ରହଣ କରିବା ପାଇଁ ବ୍ୟବହାର କରାଯିବ ।
ଏହି ଅଭିଯାନ ହେଉଛି ଭାରତରେ ବ୍ୟବସାୟୀ ସମୁଦାୟକୁ ସଶକ୍ତ କରିବା ପାଇଁ ମାଷ୍ଟରକାର୍ଡର ନିରନ୍ତର ପ୍ରତିବଦ୍ଧତାର ଏକ ସମ୍ପ୍ରସାରଣ । କମ୍ପାନୀ ୧୦ ମିଲିୟନ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ଓ ଆର୍ଥିକ ସ୍ୱାଧୀନତା ସହିତ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି । ମହେନ୍ଦ୍ର ସିଂହ ଧୋନି ଏହି ଯାତ୍ରାରେ ମାଷ୍ଟରକାର୍ଡର ଜଣେ ରଣନୈତିକ ସହଯୋଗୀ ଅଟନ୍ତି । ତାଙ୍କର ସହଯୋଗ ମାଷ୍ଟରକାର୍ଡର ‘ଟିମ୍ କ୍ୟାସ୍ଲେସ୍ ଇଣ୍ଡିଆ’ ଅଭିଯାନକୁ ଦେଶର ପ୍ରତ୍ୟେକ କୋଣକୁ ନେବାରେ ଏବଂ ବ୍ୟବସାୟୀଙ୍କ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।