Odia News Portal

ଲକଡ଼ାଉନ୍ ସମୟରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସହଯୋଗୀଙ୍କ ପାଇଁ ଆମାଜନ୍ ଇଣ୍ଡିଆର ସ୍ୱତନ୍ତ୍ର ଫଣ୍ଡ୍‌

ଭୁବନେଶ୍ୱର : ଆମାଜନ୍ ଉପରେ ବ୍ୟାପକ ରୂପେ ନିର୍ଭର କରୁଥିବା ଲଜିଷ୍ଟିକ୍ସ କ୍ଷେତ୍ରର ଏସ୍‌ଏମ୍‌ବିଗୁଡିକୁ ସକ୍ଷମ କରିବା ପ୍ରୟାସରେ କମ୍ପାନୀ ପକ୍ଷରୁ ଏକ ପାର୍ଟନର୍ ସପୋର୍ଟ ଫଣ୍ଡ୍ ଆରମ୍ଭ କରାଯାଇଛି । ଲଜିଷ୍ଟିକ୍ସ କ୍ଷେତ୍ରର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡିକ ପାଇଁ ଏହି ପାର୍ଟନର୍ ସପୋର୍ଟ ଫଣ୍ଡ୍‌କୁ ଭାରତରେ ଡେଲିଭରି ସର୍ଭିସ୍ ପାର୍ଟନର୍ସ (ଡିଏସ୍‌ପି) ଓ ନିର୍ଦ୍ଧିଷ୍ଟ ଟ୍ରାନ୍ସପୋର୍ଟେସନ ପାର୍ଟନର୍‌ଙ୍କୁ ଲକ୍‌ଡାଉନ୍ କାରଣରୁ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିରେ ନିଜର ବ୍ୟବସାକୁ ପରିଚାଳିତ କରିବାରେ ସହଯୋଗ କରିବା ପାଇଁ ଉପଲବ୍ଧ କରାଯିବ । ୱାନ୍‌-ଟାଇମ୍ ବିତରଣ ମାଧ୍ୟମରେ ଏହି ଫଣ୍ଡ୍ ପାର୍ଟନର୍‌ମାନଙ୍କୁ ଏକାଧିକ ଉପାୟରେ ସହଯୋଗ କରିବ । ଏଥିରେ ସେମାନଙ୍କୁ ଏପ୍ରିଲ ୨୦୨୦ ପାଇଁ ନିଜ ସହଯୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ କିଛି ଜଟିଳ ସ୍ଥ୍ରାୟୀ ଖର୍ଚ୍ଚ ଯେପରିକି ଭିତିଭୂମି ଖର୍ଚ୍ଚକୁ କଭର୍ କରିବା ଲାଗି ସକ୍ଷମ କରିବା ଆଦି ସାମିଲ ରହିଛି । ଏଥିସହିତ ଏହି ଫଣ୍ଡ୍ ଠପ୍ ହୋଇଯାଇଥିବା କ୍ଷୁଦ୍ର ବ୍ୟବସାୟଗୁଡିକ ପାଇଁ ତରଳତା ଓ ନଗଦ ପ୍ରବାହକୁ ସମର୍ଥନ କରିବ ଏବଂ ଲକ୍‌ଡାଉନ୍ ପରେ ସେମାନଙ୍କର ବ୍ୟବସାୟକୁ ସଜାଡିବାରେ ସହଯୋଗ କରିବ ।

ଏସମ୍ପର୍କରେ ଏପିଏସି, ଏମ୍‌ଇଏନ୍‌ଏ ଓ ଏଲ୍‌ଏଟିଏଏମ୍ ଆମାଜନ୍‌ର କଷ୍ଟମର ଫୁଲ୍‌ଫିଲ୍‌ମେଂଟ୍ ଅପରେସନ୍ସର ଉପାଧ୍ୟକ୍ଷ, ଶ୍ରୀ ଆହିଲ ସକ୍ସେନା କହିଛନ୍ତି ଯେ, “ଆମେ ଆଶା ରଖିଛୁ ଯେ, ଏହି ୱାନ୍‌-ଟାଇମ୍ ସ୍ପେଶାଲ ପାର୍ଟନର୍ ସପୋର୍ଟ ଫଣ୍ଡ୍ ପାର୍ଟନର୍‌ମାନଙ୍କୁ ଆର୍ଥିକ ସହାୟତା ମାଧ୍ୟମରେ ନିଜ ସହଯୋଗୀମାନଙ୍କର ପ୍ରାୟ ୪୦,୦୦୦ କର୍ମଚାରୀଙ୍କୁ ସାହାର୍ଯ୍ୟ କରିବାକୁ ସକ୍ଷମ କରାଇବ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରର ଆମର କ୍ଷୁଦ୍ର ବ୍ୟବସାୟ ପାର୍ଟନର୍‌ମାନଙ୍କୁ ଅର୍ଥନୀତି କାର୍ଯ୍ୟକ୍ଷମ ହେବା ପରେ ନିଜ ସ୍ଥିତିକୁ ଯଥାଶୀଘ୍ର ଫେରିବାରେ ସହଯୋଗ କରିବ ।”
ଏହି ସ୍ୱତନ୍ତ୍ର ଆମାଜନ୍ ପାର୍ଟନର୍ ସପୋର୍ଟ ଫଣ୍ଡ୍ ନିକଟରେ ଭାରତରେ ଘୋଷଣା ହୋଇଥିବା ୨୫ ମିଲିୟନ ଡଲାରର ଆନ୍ତର୍ଜାତୀୟ ଆମାଜନ୍ ରିଲିଫ୍ ଫଣ୍ଡ୍ (ଏଆର୍‌ଏଫ୍‌)କୁ ଅନୁସରଣ କରିଛି । ଏଆର୍‌ଏଫ୍‌କୁ ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଉପଯୋଗ କରାଯାଇପାରିବ ଯିଏକି କ୍ୱାରେଂଟିନ୍‌ରେ ଅଛନ୍ତି କିମ୍ବା କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି । ଆମାଜନ୍ ଇଣ୍ଡିଆ ଡେଲିଭରି୍ ସର୍ଭିସ୍ ପାର୍ଟନର୍ ପ୍ରୋଗ୍ରାମ, ଆମାଜନ୍ ଫ୍ଲେକ୍ସ ପ୍ରୋଗ୍ରାମରେ ସାମିଲ ଥିବା ଡେଲିଭରି ସହଯୋଗୀ ଓ ପରିବହନ ସହାୟତା ପ୍ରଦାନ କରୁଥିବା ଏହାର ଟ୍ରକିଙ୍ଗ୍ ପାର୍ଟନର୍‌ମାନଙ୍କୁ ଏହି ପାଣ୍ଠି ପାଇଁ ଯୋଗ୍ୟ କରିବା ଲାଗି ଆମାଜନ୍ ରିଲିଫ୍ ଫଣ୍ଡ୍‌କୁ ସମ୍ପ୍ରସାରିତ କରିଛି ।