ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହେଉଥିବା ସେଡାନ୍ ଡିଜାୟାର୍ର ନୂତନ ପ୍ରିମିୟମ ଅବତାର୍ ଶୁଭାରମ୍ଭ କରାଯାଇଛି । ଏହି ୨୦୨୦ ଡିଜାୟାର୍ ନୂଆ ବମ୍ପର୍, ଗ୍ରିଲ୍ ଡିଜାଇନ୍, ଆଧୁନିକ ଉଡ୍ ଫିନିସ୍ ଇଂଟେରିୟର୍ ସହ ଏକ ସୁନ୍ଦର ଓ ବିଳାସପୂର୍ଣ୍ଣ ସମ୍ମୁଖ ଡିଜାଇନ ପ୍ରଦାନ କରୁଛି । ନେକ୍ସଟ୍-ଜେନ୍ କେ-ସିରିଜ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ ଏହି ୨୦୨୦ ଡିଜାୟାର୍ କ୍ରୁଜ୍ କଂଟ୍ରୋଲ, ସ୍ମାର୍ଟପ୍ଲେ ଷ୍ଟୁଡିଓ ଇନ୍ଫୋଟେନ୍ମେଂଟ୍ ସିଷ୍ଟମ୍, କଲର୍ଡ ଟିଏଫ୍ଟି ଏମ୍ଆଇଡି ଡିସ୍ପ୍ଲେ ଏବଂ ଅଟୋ ଫୋଲ୍ଡେବୁଲ ଓଆର୍ଭିଏମ୍ଏସ୍ ସହ ଗ୍ରାହକଙ୍କ ସୁବିଧା ପାଇଁ କୀ ସିଙ୍କ୍ ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ନୂଆ ୨୦୨୦ ଡିଜାୟାର୍ରେ ଆଗ ଓ ପଛରେ ବୃହତ୍ ଆକାରର ବ୍ରେକ୍ ରହିଛି ଯାହାକି ଉନ୍ନତ ବ୍ରେକିଙ୍ଗ୍ ପ୍ରଦର୍ଶନ ଓ ବ୍ରେକ୍ ଲାଇଫ୍ ପ୍ରଦାନ କରିଥାଏ । ଏହାଛଡା ସମସ୍ତ ଭାରିଆଂଟ୍ରେ ଡୁଆଲ ଏୟାରବ୍ୟାଗ୍, ପ୍ରି-ଟେନ୍ସନର୍ ଫୋର୍ସ ଲିମିଟର୍ ସିଟ୍ ବେଲ୍ଟ, ଆଇଏସ୍ଓଏଫ୍ଆଇଏକ୍ସ (ଚାଇଲ୍ଡ ସିଟ୍ ରିଷ୍ଟ୍ରେଂଟ୍ ସିଷ୍ଟମ୍) ଓ ଇବିଡି ସହିତ ଏବିଏସ୍ ଭଳି ଫିଚର ରହିଛି । ୫ମ ପିଢିର ହାର୍ଟେକ୍ଟ ପ୍ଲାଟ୍ଫର୍ମରେ ନିର୍ମିତ ନୂଆ ୨୦୨୦ ଡିଜାୟାର୍ ଫ୍ରଂଟାଲ ଅଫ୍ସେଟ୍, ସାଇଡ୍ ଇମ୍ପାକ୍ଟ ଓ ପଥଚାରୀ ନିୟମାବଳୀକୁ ପାଳନ କରୁଛି । ଏହା ଦୁଇଟି ନୂତନ ସମୃଦ୍ଧ ଓ ପ୍ରିମିୟମ କଲର୍ ଭାରିଆଂଟ୍ ପ୍ରିମିୟମ ସିଲ୍ଭର ଓ ଫୋଏନିକ୍ସ ରେଡ୍ରେ ଉପଲବ୍ଧ ହେବ । ଏହି ନୂତନ ବିଳାସପୂର୍ଣ୍ଣ କାର୍ର ବିଭିନ୍ନ ଭାରିଆର ଏକ୍ସ-ଶୋରୁମ ମୂଲ୍ୟ ଟ.୫୮୯,୦୦୦ରୁ ଆରମ୍ଭ ହୋଇ ଟ.୮୮୦,୫୦୦ ପର୍ଯ୍ୟନ୍ତ ରହିଛି ।
ଏହି ନୂତନ ଡିଜାୟାର୍କୁ ଉନ୍ମୋଚନ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି), ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, “ଏହି ବର୍ଗରେ ପ୍ରାୟ ୫୫%ରୁ ଅଧିକ ବଜାର ଅଂଶ ସହ ଡିଜାୟାର୍ ୨୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପସନ୍ଦର ସେଡାନ୍ କାର୍ ଅଟେ । ଗ୍ରାହକଙ୍କ ଉତ୍ସାହଜନକ ପ୍ରତିକ୍ରିୟା ଆଧାରରେ ନିର୍ମିତ ୨୦୨୦ ଡିଜାୟାର୍ ସେଗ୍ମେଂଟ୍ ଫାଷ୍ଟ୍ ଆଇଡେଲ୍ ଷ୍ଟାର୍ଟ-ଷ୍ଟପ୍ ଟେକ୍ନୋଲୋଜି (ଆଇଏସ୍ଏସ୍) ସହ ନେକ୍ସଟ୍ ଜେନେରେଶନ କେ-ସିରିଜ୍, ଅପ୍ଗ୍ରେଡେଡ୍ ପ୍ରିମିୟମ ଏକ୍ସଟେରିୟର ଡିଜାଇନ୍, ନୂତନ ଇଂଟେରିୟର୍ ଓ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସବୁ ପ୍ରଦାନ କରୁଛି ।”