ନୁଆଦିଲ୍ଲୀ : ସୁନା ଦାମ୍ ଲଗାତର ଦ୍ୱିତୀୟ ଦିନ ହ୍ରାସ ପାଇଛି । ଗୁରୁବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନା ଦାମ୍ ୧୨୮ ଟଙ୍କା ଖସିଆସିଛି । କହିରଖୁଛୁ ବୁଧବାର ସୁନା ଦାମ୍ ୫୧୬ ଟଙ୍କା ପ୍ରତି ୧୦ ଗ୍ରାମ ଖସିଥିଲା । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପା ଦାମ୍ ୩୦୨ ଟଙ୍କା ଶସ୍ତା ହୋଇଯାଇଛି । ଏହା ପୂର୍ବରୁ ରୂପା ଦାମ୍ ୪୭,୧୭୦ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା ।
ସୁନାର ନୂଆ ଦାମ୍
ଗୁରୁବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ୧୨୮ ଟଙ୍କା ହ୍ରାସ ପାଇ ୪୪,୪୯୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ବୁଧବାର ସୁନା ୪୪,୬୧୮ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ଅନ୍ତର୍ଜାତୀୟ ବଜାର କଥା କହିବା ତ ଏହା ୧୬୪୫ ଡଲାର୍ ପ୍ରତି ଆଉନ୍ସ ସ୍ତରରେ ରହିଛି ।
ରୂପାର ନୂଆ ଦାମ୍
ଦିଲ୍ଲୀ ସର୍ରୋଫା ବଜାରରେ ରୂପାର ନୂଆ ଦାମରେ ମଧ୍ୟ ହ୍ରାସ ଦେଖାଦେଇଛି । ରୂପା ଦାମ୍ ୩୦୨ ଟଙ୍କାରୁ ହ୍ରାସ ପାଇ ୪୬,୮୬୮ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହା ୧୬.୭୩ ଡଲାର୍ ପ୍ରତି ଆଉନ୍ସ ସ୍ତରରେ ରହିଛି ।
HDFC ସିକ୍ୟେରିଟିଜର ସିନିୟର ଆନାଲିଷ୍ଟ ତପନ ପଟେଲ କୁହନ୍ତି ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୨୮ ଟଙ୍କା ହ୍ରାସ ସହିତ ନେଣଦେଣ ହେଉଛି । ତେବେ ଡଲାର୍ ତୁଳନାରେ ଟଙ୍କା ଦୁର୍ବଳ ପଡିଯାଇଥିବାରୁ ସୁନା ଦାମ୍ ସୀମିତ ରହିଛି ।