Odia News Portal

ରାଜଧାନୀରେ ବିଶ୍ୱସ୍ତରୀୟ ବିୟୁଟି ବ୍ରାଣ୍ଡ୍‌ ” ଏପ୍ରିଲ୍‌ରେ “ବିୟୁଟି ବିଜ୍‌ନେସ୍‌ ଡେ”

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୨ ରୁ ୩ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ମେଫେୟାର୍‌ କନ୍‌ଭେସନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍‌ ଡେ”। ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ଏହି ପ୍ରକାର ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ସ୍ମାର୍ଟ ସିଟିର ବିୟୁଟି ଟ୍ରେଣ୍ଡ୍‌କୁ ଏକ ନୂଆ ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ । ମୁମ୍ବାଇର ଫୋର୍ଥ୍‌ ୱେଭ୍‌ ମିଡିଆ ଗ୍ରୁପ୍‌ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଏହି ଦୁଇଦିନିଆ ପ୍ରଦର୍ଶନୀ ବିୟୁଟି କେୟାର୍‌ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ବିଭିନ୍ନ ଅନୁଷ୍ଠାନଙ୍କ ମଧ୍ୟରେ ସମ୍ମନ୍ବୀତ ବୈଷୟିକ ଜ୍ଞାନକୌଶଳ ଓ ଦକ୍ଷତା ବିକାଶରେ ବେଶ୍‌ ସହାୟକ ହୋଇପାରିବ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିୟୁଟି ପାର୍ଲର୍‌, ହେୟାର୍‌ ସେଲୁନ୍‌, ସ୍ପା, ସ୍କିନ୍‌ କ୍ଲିନିକ୍ସ୍‌, ମେକ୍‌ଅପ୍‌ ଆର୍ଟିଷ୍ଟ୍‌, ବିୟୁଟି ସପ୍‌ ଇତ୍ୟାଦି ଗୋଟିଏ ପ୍ଲାର୍ଟଫମରେ ଏକାଠି ହେବେ ବୋଲି ଆଶା କରାଯାଉଛି । ଏହି ପ୍ରଦର୍ଶନୀରେ ହେୟାର୍‌, ସ୍କିନ୍‌ ଏବଂ ମେକ୍‌ଅପ୍‌ ପ୍ରଫେସନାଲ୍‌ ମାନେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କସ୍‌ମେଟିକ୍‌ ସାମଗ୍ରୀ ଗୁଡିକୁ ବ୍ୟବହାର ପୂର୍ବକ ପ୍ରଦର୍ଶନ କରିବେ ।

ଓଡିଶାରେ ବର୍ତ୍ତମାନ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ୱ ପାର୍ଲର୍‌ ଅଛି ଯେଉଁଥିରେ କି ପାଖାପାଖି ୨୫୦ ହେଉଛି ୟୁନିସେକ୍ସ୍‌ ସେଲୁନ୍‌୤ ଏହା ବାଦ୍‌ ଦିନ କୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବା ସହ ବିୟୁଟି ବିଜ୍‌ନେସ୍‌ କ୍ଷେତ୍ରରେ ଏହି ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏଣୁ ଇନ୍‌ଭେଷ୍ଟର୍‌ ଏବଂ ବିୟୁଟି ବିଜ୍‌ନେସ୍‌ ଉପରେ ରୁଚି ରଖୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି।
ବର୍ତ୍ତମାନ ପୁରୁଷ ଓ ମହିଳା ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି ଏବଂ ନିଜକୁ ଅନ୍ୟ ଠାରୁ ନିଆରା ଦେଖାଯିବାର ଟ୍ରେଣ୍ଡ୍‌ ରେ ବିୟୁଟି କେୟାର୍‌ ସହ ଅଧିକ ରୁ ଅଧିକ ଜଡିତ ହେଉଛନ୍ତି । ନେଚୁରାଲ୍‌ ଓ ହର୍ବାଲ୍‌ କସ୍‌ମେଟିକ୍‌ ସାମଗ୍ରୀ ଦିନ କୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଆଉ ଏହି ସମସ୍ତ ସାମଗ୍ରୀ ସମ୍ୱଦ୍ଧିତ ତଥ୍ୟ ଏହି ପ୍ରଦର୍ଶନୀରେ ସହଜରେ ଉପଲବ୍ଧ ହେବ୤ ଲୋକପ୍ରିୟ ଏରୋମା ଥେରାପିଷ୍ଟ୍‌ ବ୍ଲୋଜମ୍‌ କୋଚର୍‌ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ । ଏହା ସହ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେବାର ସମ୍ଭାବନା ରହିଛି । ଆଜି ଏ ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଇଣ୍ଡିଆନ୍‌ ବିୟୁଟି କାଉନ୍‌ସିଲ୍‌ର ସଭାପତି ମିନତୀ ସାହୁ, ଫୋର୍ଥ୍‌ ୱେଭ୍‌ ମିଡିଆ, ମୁମ୍ୱାଇର ଫାଉଣ୍ଡର୍‌ ସିଲା ଆୟାର୍‌ ଏବଂ ଡାଏନା ସେଫିଅର୍‌ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।