Odia News Portal

ବଜାଜ୍ ଫାଇନାନ୍ସ ଲିଃ ପକ୍ଷରୁ ସିଷ୍ଟମେଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବଜାଜ୍ ଫିନ୍‌ସର୍ଭର ଋଣ ଓ ନିବେଶ କମ୍ପାନୀ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି କ୍ଷୁଦ୍ର ମାସିକ ସଂଚୟ ମାଧ୍ୟମରେ ଫିକ୍ସଡ୍ ଡିପୋଜିଟ୍‌ରେ ନିବେଶ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ମାସିକ ସଂଚୟ ଯୋଜନା । ମାସିକ ମାତ୍ର ୫୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏହି ଯୋଜନାରେ ନିବେଶକମାନେ ପ୍ରତ୍ୟେକ ମାସିକ ଜମା ତାରିଖରେ ପ୍ରଚଳିତ ସୁଧ ହାରର ଲାଭ ଉଠାଇପାରିବେ ଯାହାକି ଉକ୍ତ ନିର୍ଦ୍ଧିଷ୍ଟ ଜମା ଉପରେ ଲାଗୁ ହେଉଥିବ । ୬ ରୁ ୪୮ଟି ମାସିକ ଜମା ସଂଖ୍ୟା ସହ ନିବେଶକମାନେ ୧୨ରୁ ୬୦ ମାସ ଜମା ଅବଧି ଚୟନ କରିପାରିବେ । ପ୍ରତ୍ୟେକ ମାସିକ ଜମା ପାଇଁ ଅବଧି ଶେଷରେ ନିବେଶ କରାଯାଇଥିବା ଅର୍ଥ ଓ ସେଥିରେ ମିଳିଥିବା ସୁଧ ସହିତ ମ୍ୟାଚୁରିଟି ରାଶିକୁ ଉପଭୋକ୍ତାଙ୍କ ସମ୍ବନ୍ଧିତ ଆକାଉଂଟ୍‌ରେ ଜମା କରାଯିବ ।

ଏହି ଶୁଭାରମ୍ଭ ଅବସରରେ ବଜାଜ ଫାଇନାନ୍ସ ଲିଃର ରିଟେଲ୍ ଓ କର୍ପୋରେଟ୍ ଲାଇବିଲିଟିଜ୍ ବିଭାଗର ମୁଖ୍ୟ ବାଣିଜ୍ୟ ଅଧିକାରୀ, ସଚିନ ସିକ୍କା କହିଛନ୍ତିଯେ, “ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍ ହେଉଛି ଏକ୍ଷେତ୍ରର ପ୍ରଥମ ଏଭଳି ସଂଚୟ ଯୋଜନା ଯାହାକି ବଡ ଧରଣର ସଂଚୟ ଚାହୁଁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହ ନିୟମିତ ସଂଚୟ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ ।

ଭାରତର ପ୍ରଥମ ମାସିକ ସଂଚୟ ଯୋଜନା:

ବଜାଜ ଫାଇନାନ୍ସ ଲିଃର ଏହି ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍ ହେଉଛି ଏକ ସ୍ୱତନ୍ତ୍ର ମାସିକ ସଂଚୟ ଯୋଜନା ଯାହା ନକାରାତ୍ମକ ରିଟର୍ଣ୍ଣର ରିସ୍କ ବିନା ଏକ ସିଷ୍ଟମାଟିକ୍ ନିବେଶ ଯୋଜନାର ସୁବିଧା ଓ ଲାଭ ପ୍ରଦାନ କରିଥାଏ । ଏହା ନିୟମିତ ସଂଚୟକାରୀଙ୍କ ପାଇଁ ଏକ ସର୍ବୋତମ ବିକଳ୍ପ ଯେଉଁମାନଙ୍କୁ ଫିକ୍ସଡ୍ ଡିପୋଜିଟ୍‌ରେ ନିବେଶ କରିବା ପାଇଁ ଏକ ବଡ ପାଣ୍ଠି ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।

ସହଜ ନିବେଶ:

ନିୟମିତ ସଂଚୟକାରୀମାନେ ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍ ସହ ମାସକୁ ମାତ୍ର ୫୦୦୦ ଟଙ୍କାରେ ସଂଚୟ ଆରମ୍ଭ କରିପାରିବେ । ଏହି ଯୋଜନା ଅଧିନରେ ପ୍ରଥମ ପେମେଂଟ୍ ଚେକ୍ ମାଧ୍ୟମରେ କରିବାକୁ ପଡିବ ଏବଂ ପରବର୍ତୀ ଜମାଗୁଡିକ ସିଧାସଳଖ ନିବେଶକଙ୍କ ବ୍ୟାଙ୍କ ଆକାଉଂଟ୍‌ରୁ ଏକ ଏନ୍‌ଏସିଏଚ୍ ମାଧ୍ୟମରେ ଡେବିଟ୍ କରାଯିବ । ନିବେଶକଙ୍କ ପାଖରେ ବଜାଜ ଫାଇନାନ୍ସର ଅନ୍ୟ ଫିକ୍ସଡ୍ ଡିପୋଜିଟ୍ ଭଳି ନିଜ ସଂଚୟ ରାଶିକୁ ଅବଧି ପୂର୍ବରୁ ଯେକୌଣସି ସମୟରେ ଉଠାଇବାର ବିକଳ୍ପ ରହିବ ।

ଏଫ୍‌ଡିରୁ ଋଣ:

ବଜାଜ ଫାଇନାନ୍ସ ଏକ ପିକ୍ସଡ୍ ଡିପୋଜିଟ୍‌ରୁ ଋଣ ପାଇଁ ଅନୁମତି ପ୍ରଦାନ କରିଥାଏ ଯାହାକି ସ୍ୱଳ୍ପକାଳିନ ଓ ଅପ୍ରତ୍ୟାଶିତ ଆବଶ୍ୟକତା ପାଇଁ ଉପଯୁକ୍ତ ଅଟେ । ୁ୍ୟନତମ ଦସ୍ତାବିଜ୍‌: ଗ୍ରାହକଙ୍କୁ ସିଷ୍ଟମେଟିକ୍ ଡିପୋଜିଟ୍ ପ୍ଲାନ୍‌ରେ ଏକ ଆକାଉଂଟ୍ ଖୋଲିବା ପାଇଁ ଏକ ଚେକ୍ ଓ ଏନ୍‌ଏସିଏଚ୍ ଜନାଦେଶ ସହ ନ୍ରିମିତ କେୱାଇସି ଡକ୍ୟୁମେଂଟ୍ ଦାଖଲ କରିବାକୁ ହେବ । ଏହି ପ୍ଲାନ୍ ଅଧୀନରେ ଗ୍ରାହକ ଏକ ଜଏଂଟ୍ ଆକାଉଂଟ୍ ମଧ୍ୟ ଖୋଲିପାରିବେ ଏବଂ ଏଥିପାଇଁ ଏକ ନିୟମିତ ବଜାଜ ଫାଇନାନ୍ସ ଫିକ୍ସଡ୍ ଡିପୋଜିଟ୍ ଭଳି ସମାନ ଗାଇଡ୍‌ଲାଇନ୍ ଅନୁସରଣ କରିବାକୁ ହେବ । ନିବେଶକଙ୍କୁ ପ୍ରଥମ ପେମେଂଟ୍ ଚେକ୍ ମାଧ୍ୟମରେ କରିବାକୁ ହେବ ଯାହାଫଳରେ ତାଙ୍କର ବ୍ୟାଙ୍କ ଆକାଉଂଟ୍ ପଞ୍ଜୀକୃତ ହୋଇପାରିବ । ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍‌ର ଅନ୍ୟ ଏକ ପ୍ରମୁଖ ସୁବିଧା ହେଉଛି ଜଣେ ନିବେଶକଙ୍କୁ ଇନ୍‌ଷ୍ଟଲ୍‌ମେଂଟ୍ ବା ମାସିକ୍ କିସ୍ତି ମିସ୍ କରିବା ସ୍ଥିତିରେ କୌଣସି ପେନାଲ୍ଟି ଦେବାକୁ ପଡିବ ନାହିଁ ।