Odia News Portal

କୋଲ୍‌କାତାରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ୨୦୧୯-୨୦

ଭୂବନେଶ୍ୱର : ୟୁନିଭର୍ସ ଅଫ୍ ପ୍ରାଇଡ୍‌କୁ ଜୀବନ୍ତ କରି ସେଲିବ୍ରେଟେଡ୍ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ପାରମ୍ପରିକ ରନ୍େ‌ୱ ଶୋ’ଏହାର ୧୫ତମ ସଂସ୍କରଣରେ ଫ୍ୟାଶନର ଏକ ନୂତନ ଚେହେରାକୁ ଉନ୍ମୋଚନ କରିବାକୁ ଯାଉଛି । ଏହି ଟୁର୍ କୋଲ୍‌କାତାଠାରେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର୍ ଅନାମିକା ଖାନ୍ନାଙ୍କ ସହ ଆରମ୍ଭ ହୋଇଛି, ଯିଏକି ନିଜର ଆକର୍ଷଣୀୟ ଡିଜାଇନ୍‌ଗୁଡିକ ମାଧ୍ୟମରେ ଅସାଧାରଣ କଳାର ଉଜାଗର କରି ଏକ ଚମତ୍କାର ଅଭିଜ୍ଞତା ପ୍ରଦାନ କରିଥିଲେ । ଶୋ’ର ଭବ୍ୟତାକୁ ଆହୁରି ବୃଦ୍ଧି କରି ଶୋଜଟପର୍ ଅର୍ଜୁନ କପୁର ଓ ଜାହ୍ନଭି କପୁର ଅନାମିକାଙ୍କ ମାଷ୍ଟରପିସ୍‌ଗୁଡିକୁ ପରିଧାନ କରି ଖୁବ୍ ସୁନ୍ଦର ଦେଖାଯାଉଥିଲେ । ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍‌ର ପ୍ରତିଷ୍ଠିତ ୧୫ତମ ବର୍ଷ କ୍ୟୁରେଟର-ଇନ୍‌-ଚିଫ୍ ଭାବେ ଡିଜାଇନର୍ ଆଶିଷ ସୋନି ଓ ଇଣ୍ଡଷ୍ଟ୍ରୀ ଥଟ୍ ଲିଡର୍ ଫ୍ୟାଶନ ଡିଜାଇନ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏଫ୍‌ଡିସିଆଇ) ସହ ଏକ ସ୍ୱତନ୍ତ୍ର ସହଭାଗିତା ମାଧ୍ୟମରେ ଏକ ନୂତନ ଫର୍ମାଟ୍ ନେଇ ଆସିଛି ।

ଫ୍ୟାଶନ ଉପରେ ନିଜର ଧ୍ୟାନକେନ୍ଦ୍ରିତ କରି ଏହି ଟୁର୍ ଫ୍ୟାଶନର ଫେଷ୍ଟିଭାଲ୍‌କୁ ଉପସ୍ଥାପନ କରିବା ସହ ଏହାର ୩ଟି ମୁଖ୍ୟ ବିଷୟବସ୍ତୁ କ୍ରାଫ୍ଟ, ବ୍ଲେଣ୍ଡ ଓ ଆଇଡେଂଟିଟି ମାଧ୍ୟମରେ ଏକ ୟୁନିଭର୍ସ ଅଫ୍ ପ୍ରାଇଡ୍ ସୃଷ୍ଟି କରିବ । ଏହି ଫ୍ୟାଶନ ଟୁର୍ ଏଫ୍‌ଡିସିଆଇ ସହଯୋଗରେ ମୁମ୍ବାଇଠାରେ ୧୫ ଜଣ ପ୍ରମୁଖ ଡିଜାଇନର୍‌ଙ୍କ ସହ ଏକ ବିଶାଳ ଫିନାଲେ ‘ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଆୟୋଜନ କରିବ । କୋଲ୍‌କାତା ପରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇ ଭଳି ସହରକୁ ଯାତ୍ରା କରିବ । ଏହି ଅବସରରେ ନିଜର ମତ ରଖି ପର୍‌ନଡ୍ ରିକାର୍ଡ ଇଣ୍ଡିଆର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କାର୍ତିକ ମହିନ୍ଦ୍ରା କହିଛନ୍ତି ଯେ, “ଏହି ନୂତନ ଫର୍ମାଟ୍ ସହ ଏହି ଟୁର୍‌ର ସଫଳ ସଂସ୍କରଣ ଯୁବପିଢିଙ୍କ ପାଇଁ ଦୃଷ୍ଟିକୋଣରେ ସୁଧାର ଆଣିବାକୁ ଓ ଆଗାମୀ ବର୍ଷଗୁଡିକରେ ଉଦ୍ଭାବନ ପାଇଁ ବାଟ ଫିଟାଇବାକୁ ଲକ୍ଷ୍ୟ ରଖିଛି ।” ‘ମାଇଁ କ୍ରାଫ୍ଟ, ମାଇଁ ପ୍ରାଇଡ୍‌’ ବିଷୟକୁ ଉଜାଗର କରି ଅନାମିକା ଖାନ୍ନା ନିଜର ସଂଗ୍ରହ ମାଧ୍ୟମରେ ଭାରତର ବିବିଧ ତଥା ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରିଥିଲେ ।

ନିଜର ସଂରଚନା ‘ମାଇଁ କ୍ରାଫ୍ଟ, ମାଇଁ ପ୍ରାଇଡ୍‌’ ସମ୍ପର୍କରେ ମତ ରଖି ଅନାମିକା ଖାନ୍ନା କହିଛନ୍ତି ଯେ, “ ମୁଁ ବିଶ୍ୱାସ କରେ ଯେ, ହସ୍ତଶିଳ୍ପ ଦୃଶ୍ୟ ଓ ମସ୍ତିଷ୍କ ବାହାରେ ମନୁଷ୍ୟ ଅଭିଜ୍ଞତାକୁ ବ୍ୟକ୍ତ କରିଥାଏ ଏବଂ ସେମାନଙ୍କୁ ନିଜ ହାତରେ ଏହାର ଅନୁସନ୍ଧାନ କରିବାରେ ସହଯୋଗ କରିଥାଏ ।” ଏହା ସମ୍ପର୍କରେ ସୁନିଲ ସେଠୀ, ଅଧ୍ୟକ୍ଷ, ଏଫଡିସିଆଇ, କହିଛନ୍ତି ଯେ, “ବ୍ଲେଣ୍ଡର ଫ୍ରାସନ ୱିକର ୧୫ମ ବର୍ଷରେ ଯୋଗ ଦେଇ ଆମେ ବେଶ ଆନନ୍ଦିତ ।” ଏହା ସମ୍ପର୍କରେ ଡିଜାଇନର ଆଶିଷ ସୋନି କହିଛନ୍ତି ଯେ, “ଏହି ଟୁର ସହିତ ଆହୁରି ଉର୍ଦ୍ଧ୍ୱକୁ ଯାଇ ଦେଶରେ ଫ୍ୟାସନର ଦିଗବଳୟ ଏବଂ ବୁଝାମଣାକୁ ସଂପ୍ରସାରିତ କରି ଆମେ ବେଶ୍ ଉତ୍ସାହିତ ।”