ଭୁବନେଶ୍ୱର: ବିଏସ୬ ଟ୍ରାନ୍ସିସନକୁ ଅତିକ୍ରମ କରିଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଦେଶର ସର୍ବାଧିକ ବିକ୍ରିତ ମଲଟି-ପରପସ୍ ଭ୍ୟାନ ଇକୋର ବିଏସ୬ ଭ୍ୟାରିଆର ଶୁଭାରମ୍ଭ କରାଯାଇଛି । ସରକାରଙ୍କର ଅନୁବଦ୍ଧିତ ସମୟସୀମାର ଆଗରେ ଇକୋ, ମାରୁତି ସୁଜୁକି ପକ୍ଷରୁ ନବମ ବିଏସ୬ ଅବଦାନ । ଗୋଟିଏ ନିମ୍ନ ମେନୋନ୍ସ ମୂଲ୍ୟରେ ଅଦ୍ଭୁତପୂର୍ବ ମାଇଲେଜ, ଶ୍ରେଷ୍ଠ ବର୍ଗର ଆରାମ, ସ୍ପେସ ଏବଂ ସାମର୍ଥ୍ୟ ସହ ଇକୋ ଏକ ଦୃଢ଼ ଆଧିପତ୍ୟ ସ୍ଥାପନ କରିଛି । ମାରୁତି ସୁଜୁକି ଇକୋ ୨୦୧୦ ଜାନୁଆରୀରେ ଶୁଭାରମ୍ଭ ହୋଇଥିଲା ଏବଂ ୬.୫ ଲକ୍ଷର କ୍ରମିକ ବିକ୍ରୟ ଅତିକ୍ରମ କରିଥିଲା । ‘ପରିବାର ଓøର ବ୍ୟାପାର କା ନଂ ୱାନ ସାଥୀ’ କୁ ବାସ୍ତବ ରୂପେ ପ୍ରତିଫଳିତ କରୁଥିବା ଏହି ମଲଟି-ପରପସ୍ ଇକୋକୁ ଦୁଇଟି ଉଦ୍ଦେଶ୍ୟକୁ ସାଳନ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହାକି ଏକ ବିଚକ୍ଷଣ ପରିବାର ଗମନାଗମନ ହେବା ସମେତ ଏକ ନିର୍ଭରଯୋଗ୍ୟ ବିଜନେସ ଯାନ ମଧ୍ୟ ହୋଇପାରିବ ।
ବିଏସ୬ ସମୃଦ୍ଧ ଇକୋର ବଜାର ପ୍ରବେଶ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ, ଏକ୍ସିକ୍ୟୁଟିଭ ଡାଇରେକ୍ଟର (ମାର୍କେଟିଙ୍ଗ ଏବଂ ସେଲସ), ଶ୍ରୀ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, “ମାରୁତି ସୁଜୁକିଠାରେ ଆମେ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଗତିଶୀଳ ସମାଧାନ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୃତିବଦ୍ଧ । ଇକୋରେ ବିଏସ୬ର ପରିଚିତି ଆଗକୁ ଯାଇ ଏକ ସ୍ୱଚ୍ଛ ପରିବେଶ ଦିଗରେ ଆମର ପ୍ରତିଶ୍ରୁତିକୁ ତ୍ୱରାନ୍ୱିତ କରିବ । ଇକୋ ସହିତ ଏହି ସେଗମେରେ ଏକ ଦୃଢ଼ ପ୍ରତିଷ୍ଠା ସ୍ଥାପନ କରିବାକୁ ଆମେ ସୁନିଶ୍ଚିତ ଏବଂ ଆମେ ଗ୍ରାହକମାନଙ୍କୁ ସେମାନଙ୍କର ଅବିରତ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।” ର୍ବମାନ ମାରୁତି ସୁଜୁକି ଇକୋ ୫-ସିଟର, ୭-ସିଟର, କାର୍ଗୋ ଏବଂ ଆମ୍ବୁଲାନ୍ସ ବିକଳ୍ପ ସହିତ ୧୨ଭ୍ୟାରିଆ ଭଳି ବ୍ୟାପକ ରେଞ୍ଜ ପ୍ରଦାନ କରୁଛି । ଏହି ଯାନ ଆମ୍ପଲ ଲେଗରୁମ, ହେଡରୁମ ଏବଂ ରିକ୍ଲିନିଙ୍ଗ ସିଟ, ସ୍ୱଚ୍ଛ ହେଡଲ୍ୟାମ୍ପ, ସିଏନଜି ଚେଞ୍ଜଓଭର ସ୍ୱିଚ, ମଲଟି-ଟ୍ରିପ ମିଟର, ହେଡଲ୍ୟାମ୍ପ, ଲେବଲିଙ୍ଗ ଆଦି ଭଳି ଅନ୍ୟ କେତେକ ବ୍ୟବସ୍ଥିତ ବୈଶିଷ୍ଟ୍ୟ ଯୋଗାଇଦେଉଛି ।