ଭୁବନେଶ୍ୱର: ମାଇଣ୍ଡଫାୟାର ସଲ୍ୟୁସନ୍ସ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ମେ’ଫେୟାର କନ୍ଭେନ୍ସନଠାରେ ଟେକ୍ ଭୁବନେଶ୍ୱର ୪ର୍ଥ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏକ ଦିନ ବ୍ୟାପି ଲାଗିରହିଥିବା ଉକ୍ତ କାର୍ଯ୍ୟକ୍ରମରେ ଟେକ୍ନିକାଲ ଓ ମୋଟିଭେସ୍ନାଲ ସେସନ୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ ଓ ଆଇଟି ସଚିବ, ମନୋଜ ମିଶ୍ର ପ୍ରଦୀପ ପ୍ରଜ୍ୱଳ୍ୱନକରି ଉଦ୍ଘାଟନ କରିଥିବାବେଳେ ମାଇଣ୍ଡଫାୟାର ସଲ୍ୟୁସନର ପ୍ରେସିଡ଼େ ଏବଂ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ, ଚିନ୍ମୟ ପଣ୍ଡା ଉପସ୍ଥିତ ରହିଥିଲେ ।
ଓଡିଶାର ସଂସ୍କତିକୁ ବିଶ୍ୱ ସମୁଦାୟ ନିକଟରେ ପ୍ରଦର୍ଶିତ କରିବା ପାଇଁ ଚଳିତ ବର୍ଷର କାର୍ଯ୍ୟକ୍ରମ ନୃତ୍ୟ ନୈବେଦ୍ୟ ଗ୍ରୁପ୍ ଦ୍ୱାରା ପାଇକ ବିଦ୍ରୋହ ଆଧାରିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣରୁ ଆରମ୍ଭ କରାଯାଇଛି । ଏକ ଦାୟିତ୍ୱବାନ ସଂଗଠନ ଭାବେ ଆମେ ଏହି କାର୍ଯ୍ୟକ୍ରମକୁ ଅଧିକ ପରିବେଶ ଉପଯୋଗୀ ଓ ପେପରବିହୀନ କରିବାକୁ ଉଦ୍ୟମ କରିଛୁ ।
ଏହି ଅବସରରେ ମାଇଣ୍ଡଫାୟାର୍ର ସିଓଓ, ସୌମ୍ୟ ମିଶ୍ର କହିଛନ୍ତିଯେ, ‘ଟେକ୍ଭୁବନେଶ୍ୱର ହେଉଛି ଭୁବନେଶ୍ୱରସ୍ଥିତ ଆଇଟି ମେଜର୍ ମାଇଣ୍ଡଫାୟାର ସଲ୍ୟୁସନ୍ସ ଦ୍ୱାରା ପ୍ରେରିତ ଏକ ବାର୍ଷିକ ମେଗା ଟେକ୍ ଇଭେ । ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ସମସ୍ତ ଆଇଟି ବିଶେଷଜ୍ଞଙ୍କୁ ଲକ୍ଷ୍ୟରଖି ଆୟୋଜିତ ହୋଇଥାଏ ଏବଂ ଏହା ଜ୍ଞାନୀ ବ୍ୟକ୍ତିତ୍ୱଙ୍କୁ ଏକତ୍ରିତ ହେବା ଏବଂ ନିଜ ଅଭିଜ୍ଞତା ଓ ଶିକ୍ଷାକୁ ଅନ୍ୟମାନଙ୍କ ସହ ବାିବା ପାଇଁ ଏକ ଆଦର୍ଶ ମ ପ୍ରଦାନ କରିଥାଏ ।
ଟେକ୍ଭୁବନେଶ୍ୱରର ୪ର୍ଥ ସଂସ୍କରଣରେ ୧୬ ଜଣ ପ୍ରତିଷ୍ଠିତ ତଥା ଉଦ୍ୟୋଗର ପ୍ରମୁଖ ବକ୍ତା ଯୋଗ ଦେଇଥିଲେ ଯିଏକି ଶିଳ୍ପ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ର୍ବମାନର ସ୍ଥିତି ଉପରେ ଗଭୀର ତଥ୍ୟ ପ୍ରଦାନ କରିଛନ୍ତି; ଯାହା ଅଂଶଗ୍ରହଣକାରୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇପାରିଛି । ୟୁଏସ୍ଏ ଓ ଭାରତର ବିଭିନ୍ନ କୋଣରୁ ଆସିଥିବା ବକ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କିଛି ପ୍ରତିଷ୍ଠିତ ବକ୍ତା ହେଉଛନ୍ତି ଗିରିଶ ନୁଲି, ସିଇଓ, ଅନ୍ତରା, ୱିପ୍ରୋ ଓ ଆଇଗେଟ୍ର ପୂର୍ବତନ ଏଚ୍ଓଏମ୍ ତଥା ର୍ବମାନ ସିଏମ୍ଓଆକ୍ସିସ୍ର ସଂସ୍ଥାପକ ବିନୋଦ ହାରିଥ୍, ସ୍ଲାଙ୍ଗ୍ ଲ୍ୟାବ୍ସର ଓଡି ତଥା ଲିଟିଲ୍ ଆଇ ଲ୍ୟାବ୍ସର (ଯାହାକୁ ୨୦୧୪ରେ ଫେସ୍ବୁକ୍ ଅଧିଗ୍ରହଣ କରିଥିଲା) ସଂସ୍ଥାପକ କୁମାର ରଙ୍ଗରାଜନ୍, ବାଣିଜ୍ୟ ପରିବହନ ଓ ଇଲେକ୍ଟ୍ରୋନିକ୍ସ ଆଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର ଏବଂ ଆଲେନ୍ ଇମ୍ବାରାଟୋ, ସିଇଓ, ଷ୍ଟ୍ରେସ୍ସିଫ୍ଟର, କିବିଜ୍ସିଷ୍ଟମ୍ ହେଉଛନ୍ତି ପ୍ରମୁଖ ।
ଦେଶର ପୂର୍ବାଳରେ ଟେକ୍ଭୁବନେଶ୍ୱର ହେଉଛି ଏକ ସର୍ବବୃହ୍ ଟେକ୍ନୋଲୋଜି ମ ଏବଂ ଏହା ଟେକ୍ନୋଲୋଜି ଜେନର୍ର ଏକ ବୃହ୍୍ ଫର୍ମାଟ୍ରେ କାର୍ଯ୍ୟ କରୁଛି । ଚଳିତ ବର୍ଷର କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ କାର୍ଯ୍ୟରତ ସଫ୍ଟଓୟାର ପ୍ରଫେସ୍ନାଲ ଯୋଗ ଦେଇଛନ୍ତି । ଚଳିତ ବର୍ଷର କାର୍ଯ୍ୟକ୍ରମ ପାଇଁ ଅଧିକ ସଂଖ୍ୟକ କାର୍ଯ୍ୟରତ ପ୍ରଫେସ୍ନାଲଙ୍କୁ ଆକର୍ଷିତ କରିବା ଲାଗି ମାଇଣ୍ଡଫାୟାର ସଲ୍ୟୁସନ୍ସ ଏକ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି ଯାହାକୁ ଉଭୟ ଅଂଶଗ୍ରହଣକାରୀ ଓ ବକ୍ତାଙ୍କ ପକ୍ଷରୁ ବଡଧରଣର ପ୍ରତିକ୍ରିୟା ମିଳିପାରିଛି । ଏହି ପ୍ରକ୍ରିୟା ମାଧ୍ୟମରେ ୨୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଆବେଦନ ଓ ୭୦ରୁ ଅଧିକ ବକ୍ତାଙ୍କ ଆବେଦନ ପ୍ରାପ୍ତ ହୋଇଛି ।
ମାଇଣ୍ଡଫାୟାର ସଲ୍ୟୁସନ୍ସ ଗତ ୪ ବର୍ଷ ହେବ ଟେକ୍ଭୁବନେଶ୍ୱରର ଆୟୋଜନ କରିଆସୁଛି । ଏହାର ପ୍ରଥମ ସଂସ୍କରଣ ୧୬ ଅକ୍ଟୋବର ୨୦୧୬ରେ ଆୟୋଜିତ ହୋଇଥିଲା ଯେଉଁଥିରେ ୫୦୦ରୁ ଅଧିକ ସଫ୍ଟୱେୟାର ପ୍ରଫେସ୍ନାଲ ଯୋଗ ଦେଇଥିଲେ । ଏହାପରର ସଂସ୍କରଣଗୁଡିକଠାରୁ ଚଳିତ ବର୍ଷର କାର୍ଯ୍ୟକ୍ରମ କେବଳ ଅଧିକ ବଡ ଓ ଉନ୍ନତ ହୋଇଛି । ଟେକ୍ଭୁବନେଶ୍ୱର ହେଉଛି ଟିସାର୍ଟ, ମଧ୍ୟାନଭୋଜନ, ଗିଫ୍ଟ ଓ ଗାଇଡ୍ ସହ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାଗଣା କାର୍ଯ୍ୟକ୍ରମ ।
ସମ୍ପୁର୍ଣ୍ଣ ଦିନବ୍ୟାପୀ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଆଇଟି ଶିଳ୍ପର ପ୍ରମୁଖ ପ୍ରାକ୍ଟିସ୍ନର, ଏରପ୍ରିନିୟୋରଙ୍କଭଳି ବିଭିନ୍ନ ବକ୍ତା ଉପସ୍ଥିତ ଥିଲେ, ଆମେ ଅଂଶଗ୍ରହଣକାରୀଙ୍କୁ ଆଇଟି ଶିଳ୍ପରେ କ’ଣ ଘଟୁଛି ଓ ନିକଟ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ତାହାର ଏକ ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରିବାକୁ ଚେଷ୍ଟା କରିଛୁ ।
ଏହି ୪ର୍ଥ ସଂସ୍କରଣରେ ଟେକ୍ଭୁବନେଶ୍ୱର ଆଇଟି ଶିଳ୍ପର ସମସ୍ତ ସମର୍ପିତ ଅନୁସରଣକାରୀଙ୍କୁ ହାସଲ କରିବାକୁ ସଫଳ ହୋଇଛି । ଚଳିତ ବର୍ଷ ଆମେ ଏହି କାର୍ଯ୍ୟକ୍ରମକୁ ଆମର ବିଷୟବସ୍ତୁ ‘ବ୍ଲକ୍ଚେନ୍ ଆଣ୍ଡ ମେସିନ୍ ଲର୍ଣ୍ଣିଙ୍ଗ୍’ ମାଧ୍ୟମରେ ଅଧିକ ଉତ୍ସାହପୂର୍ଣ୍ଣ କରିବାକୁ ପ୍ରତିବଦ୍ଧ ହୋଇଛୁ । ଯାହା ଆମେ ସମସ୍ତେ ଜାଣିଛେଯେ, ବିବା ଓ ବଢିବା ପାଇଁ ଆମକୁ ନିରନ୍ତରଭାବେ ନୂତନ ଉଦ୍ଭାବନ ଓ ସୁଧାରର ଆବଶ୍ୟକତା ରହିଛି । ତେଣୁ ଆମ ପାଖରେ ଥିବା ଉଦ୍ୟମୀମାନେ ନିଜ ଉତ୍ପାଦ ଓ ସେବା ତଥା ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଛନ୍ତି ।