ଟାଟା ଷ୍ଟିଲ୍ ଏହାର ୭ଟି ସହାୟକ ସଂସ୍ଥାକୁ ନିଜ ସହ ମିଶ୍ରଣ କରିବ। ଟାଟା ଷ୍ଟିଲ ତାହାର ୬ଟି ସହାୟକ କମ୍ପାନିର ମିଶ୍ରଣ ପ୍ରସ୍ତାବକୁ ଗତ ବର୍ଷ ସେପ୍ଟେମ୍ବରରେ କମ୍ପାନି ବୋର୍ଡ ଦ୍ୱାରା ମଞ୍ଜୁର ଦିଆଯିବା ପରେ ଏବେ ସପ୍ତମ କମ୍ପାନି ଭାବେ ଅନୁଗୁଳ ଏନର୍ଜିର ମିଶ୍ରଣ ଘଟାଇବ । ଟାଟା ଷ୍ଟିଲ୍ର ଏମ୍ଡି ଓ ସିଇଓ ଟି ଭି ନରେନ୍ଦ୍ରନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସମସ୍ତ ୭ ସହାୟକ କଂପାନିର ମିଶ୍ରଣ ପ୍ରକ୍ରିୟା ଆସନ୍ତା ଆର୍ଥିକ ବର୍ଷରେ ଶେଷ ହେବ।
ନିୟାମକ ପ୍ରକ୍ରିୟା ଏବଂ ବିଭିନ୍ନ ପ୍ରକାର ମଞ୍ଜୁରି ଉପରେ ତାହା ନିର୍ଭର କରୁଛି। ଅନୁଗୁଳ ଏନର୍ଜି ପୂର୍ବରୁ ଭୂଷଣ ଏନର୍ଜି ଲିମିଟେଡ୍ ନାମରେ ପରିଚିତ ଥିଲା। ଟାଟା ଷ୍ଟିଲ୍ ସହିତ ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍, ଟିନ୍ପ୍ଲେଟ୍ କଂପାନି ଅଫ୍ ଇଣ୍ଡିଆ, ଟାଟା ମେଟାଲିକ୍ସ, ଟିଆର୍ଏଫ୍, ଇଣ୍ଡିଆନ୍ ଷ୍ଟିଲ୍ ଆଣ୍ଡ୍ ଓୟାର ପ୍ରଡକ୍ଟସ୍, ଟାଟା ଷ୍ଟିଲ୍ ମାଇନିଂ, ଏସ୍ଆଣ୍ଡ୍ଟି ମାଇନିଂ ଓ ଅନୁଗୁଳ ଏନର୍ଜିର ମିଶ୍ରଣ ହେବ। ନିକଟରେ କଂପାନି ଅଧିଗ୍ରହଣ କରିଥିବା ନୀଳାଚଳ ଇସ୍ପାନ ନିଗମ ଲିମିଟେଡ୍କୁ ନିଜ ସହ ମିଶ୍ରଣ କରିବା ବିଷୟରେ ଟାଟା ଷ୍ଟିଲ୍ ବିଚାର କରୁନାହିଁ। କ୍ରୟ ଚୁକ୍ତି ଅନୁସାରେ ସେହି ସଂସ୍ଥା ତିନି ବର୍ଷ ପର୍ୟ୍ୟନ୍ତ ଅଲଗା କଂପାନି ହୋଇରହିବ। ତା’ପରେ ଏନ୍ଆଇଏନଏଲ୍କୁ ନେଇ ଟାଟା ଷ୍ଟିଲ୍ ଯାହା କିଛି ବିଚାର କରିବ ବୋଲି ଶ୍ରୀ ନରେନ୍ଦ୍ରନ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.