Odia News Portal

ଏୟାରଟେଲର ଲଞ୍ଚ କଲା ୧୪୮ ଟଙ୍କାର ନୂଆ ପ୍ଲାନ

ନିଜର ପୋଷ୍ଟପେଡ୍ ପ୍ଲାନରେ ଅନେକ ପରିବର୍ତ୍ତନ କରିବା ପରେ ଏୟାରଟେଲ ପୁଣି ନିଜର ପ୍ରି-ପେଡ୍ ଗ୍ରାହକଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଏୟାରଟେଲ ନିଜର ୧୪୮ ଟଙ୍କାର ଏକ ନୂଆ ପ୍ଲାନ ଲଞ୍ଚ କରିଛି। ତେବେ ଆସନ୍ତୁ ଜାଣିବା ଏୟାରଟେଲର ଏହି ଶସ୍ତା ପ୍ଲାନରେ ମିଳୁଥିବା ଫାଇଦା ବିଷୟରେ।

ଏୟାରଟେଲର ୧୪୮ ଟଙ୍କାର ଏହି ପ୍ଲାନର ଫାଇଦା

ସର୍ବପ୍ରଥମେ ଏହି ପ୍ଲାନରେ ମିଳୁଥିବା ଡାଟା ବିଷୟରେ କହିବା, ଏୟାରଟେଲର ଏହି ପ୍ଲାନରେ ମୋଟ୍ ୩ ଜିବି ଡାଟା ମିଳିବ। ଏହାଛଡା ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ। ଏହାସହିତ ଆପଣଙ୍କୁ ଏହି ପ୍ଲାନରେ ଏୟାରଟେଲ ଟିଭିର ସବସ୍କ୍ରିପସନ ମଧ୍ୟ ମିଳିବ। ଏହି ପ୍ଲାନକୁ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୱିଙ୍କ୍ ମ୍ୟୁଜିକ୍ ଆପ୍ ସବସ୍କ୍ରିପସନ ମାଗଣାରେ ମିଳିବ। ଏୟାରଟେଲର ଏହି ପ୍ଲାନର ବୈଧତା ୨୮ ଦିନର ଅଟେ। ଏଥିରେ ସବୁ ନେଟୱାର୍କରେ ଅନଲିମିଟେଡ୍ କଲିଂର ସୁବିଧା ମଧ୍ୟ ମିଳିବ।