Odia News Portal

ଏୟାର ଇଣ୍ଡିଆ ବିମାନ କିଣା ଲାଗି ଐତିହାସିକ ଘୋଷଣା

ସରକାରଙ୍କ ହାତରୁ ଆସି ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କଂପାନି ଏୟାର ଇଣ୍ଡିଆ ୪୭୦ ବିମାନ କିଣିବା ଲାଗି ଗତକାଲି ଐତିହାସିକ ଘୋଷଣା କରିଥିଲା। ଏହାପୂର୍ବରୁ କୌଣସି ଭାରତୀୟ ଏୟାରଲାଇନ୍ସ ଏଭଳି ବିମାନ କିଣା ଡିଲ୍‌ କରିନଥିଲେ। କୁହାଯାଉଛି ଯେ ଏହି ଡିଲ୍‌ ପାଇଁ ବର୍ଷକ ପୂର୍ବରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଲଣ୍ଡନର ସେଣ୍ଟ୍‌ ଜେମ୍‌ସ କୋର୍ଟ ହୋଟେଲ୍‌ରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମୁଲଚାଲ ଚାଲିବା ପରେ କଥା ଆଗକୁ ବଢ଼ିଥିଲା। ଦାମ୍‌ ଓ ଅନ୍ୟାନ୍ୟ ସୁବିଧାକୁ ନେଇ କଂପାନି ପ୍ରତିନିଧିମାନେ ମୁଲଚାଲ କରୁଥିବା ବେଳେ କୂଟନୈତିକ ସ୍ତରରେ ମଧ୍ୟ କାମ କରିବାକୁ ପଡ଼ିଥିଲା। କତାରଠାରୁ ଆଗକୁ ବଢ଼ିବ ଭାରତ ଏହି ଡିଲ୍‌ ହାସଲ କରିବାକୁ ଚାହୁଥିଲା।ଏକ ସମୟରେ ଏୟାର ଇଣ୍ଡିଆ ଓ କତାର ଏୟାରଲାଇନ୍ସ ବିମାନ କିଣା ଲାଗି କଥାବାର୍ତ୍ତା କରୁଥିଲେ। ଶେଷରେ ଏୟାର ଇଣ୍ଡିଆ ବାଜି ମାରିଥିଲା।

ପଶ୍ଚିମ ଲଣ୍ଡନର ବଙ୍କିଙ୍ଗହାମ୍ ପ୍ୟାଲେସ ସ୍ଥିତ ଏହି ହୋଟେଲ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମାନ କିଣାକୁ ନେଇ ଆଲୋଚନା ହେଉଥିଲା। କଂପାନି ପ୍ରତିନିଧିମାନେ ବହୁ ଦିନ ପର୍ଯ୍ୟନ୍ତ ହୋଟେଲ୍‌ରେ ରହିଥିଲେ। ଏୟାର ଇଣ୍ଡିଆ ତରଫରୁ ଚିଫ କମର୍ସିଆଲ୍ ଅଫିସର ନିପୁନ ଅଗ୍ରୱାଲ୍ ଓ ଏୟାରକ୍ରାପ୍ଟ ଆକ୍ୟୁଜିସନ୍ ହେଡ୍‌ ଯୋଗେଶ ଅଗ୍ରୱାଲ୍ କଥାବାର୍ତ୍ତାର ନେତୃତ୍ବ ନେଉଥିଲେ। ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ ଅଧିଗ୍ରହଣ କରିବାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସକ ଘୋଷଣା କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଇଞ୍ଜିନ ଯୋଗାଣକୁ ନେଇ ମୁଲଚାଲ ଚୂଡ଼ାନ୍ତ ହୋଇନପାରିବାରୁ ଘୋଷଣା ଆଗକୁ ଘୁଞ୍ଚିଥିଲା। ଯେଉଁଦିନ ମେଗା ଡିଲ୍‌ ହେଲା ସେହିଦିନ ହୋଟେଲ୍‌ର ଭାରତୀୟ ରେସ୍ତୋରାଁ କ୍ବିଲନ୍‌ରେ ସିଫୁଡ୍‌ ଏବଂ ଗୋଆ ଓ କେରଳର ସୁସ୍ବାଦୁ ଖାଦ୍ୟ ପରଷା ଯାଇଥିଲା।

ଭାରତରେ ବିମାନ ସେବା ପ୍ରଦାନ କରୁଥିବା ଏୟାରଲାଇନ୍ସଗୁଡ଼ିକ ୧୧୧୫ ବିମାନ କିଣିବା ଲାଗି ବରାଦ ଦେଇଛନ୍ତି। ଗତକାଲି ଏୟାର ଇଣ୍ଡିଆ ପକ୍ଷରୁ ୪୭୦ ବିମାନ କିଣିବା ଲାଗି ବରାଦ ଦିଆଯାଇଥିଲା। ଇଣ୍ଡିଗୋ ପାଖାପାଖି ୫୦୦ ବିମାନ କିଣିବାକୁ ବରାଦ ଦେଇଥିବା ବେଳେ ଆକାଶ ଏୟାର ୭୨ଟି, ଗୋ ଫାଷ୍ଟ୍‌ ୭୨ଟି ଏବଂ ଭିସ୍ତାରା ୧୭ଟି ବିମାନ କିଣିବା ଲାଗି ବରାଦ ଦେଇଛି। ଆସନ୍ତା ଦୁଇ ବର୍ଷ ଭିତରେ ଭାରତୀୟ କଂପାନିଗୁଡ଼ିକ ୧୫୦୦-୧୭୦୦ ବିମାନ କିଣିବା ଲାଗି ବରାଦ ଦେବେ ବୋଲି ନିକଟରେ ବିମାନ ଚଳାଚଳ କ୍ଷେତ୍ରର କନ୍‌ସଲ୍‌ଟାନ୍ସି ସଂସ୍ଥା କାପା ପକ୍ଷରୁ କୁହାଯାଇଥିଲା।

ଲାଗି ବରାଦ ଦେଇଛନ୍ତି। ଗତକାଲି ଏୟାର ଇଣ୍ଡିଆ ପକ୍ଷରୁ ୪୭୦ ବିମାନ କିଣିବା ଲାଗି ବରାଦ ଦିଆଯାଇଥିଲା। ଇଣ୍ଡିଗୋ ପାଖାପାଖି ୫୦୦ ବିମାନ କିଣିବାକୁ ବରାଦ ଦେଇଥିବା ବେଳେ ଆକାଶ ଏୟାର ୭୨ଟି, ଗୋ ଫାଷ୍ଟ୍ ୭୨ଟି ଏବଂ ଭିସ୍ତାରା ୧୭ଟି ବିମାନ କିଣିବା ଲାଗି ବରାଦ ଦେଇଛି। ଆସନ୍ତା ଦୁଇ ବର୍ଷ ଭିତରେ ଭାରତୀୟ କଂପାନିଗୁଡ଼ିକ ୧୫୦୦-୧୭୦୦ ବିମାନ କିଣିବା ଲାଗି ବରାଦ ଦେବେ ବୋଲି ନିକଟରେ ବିମାନ ଚଳାଚଳ କ୍ଷେତ୍ରର କନ୍‌ସଲ୍‌ଟାନ୍ସି ସଂସ୍ଥା କାପା ପକ୍ଷରୁ କୁହାଯାଇଥିଲା।