ଫେବୃୟାରୀ ୧୦ ତାରିଖ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୬୬.୯୪ ବିଲିଅନ ଡଲାର ରହିଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୮.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଗତ ୧୧ ମାସ ମଧ୍ୟରେ ପୂର୍ବରୁ କୌଣସି ସପ୍ତାହରେ ଏତେ ମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇ ନଥିଲା। ଫେବୃୟାରୀ ୩ ତାରିଖ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୫୭୫.୨୭ ବିଲିଅନ ଡଲାର ରହିଥିଲା। ପୂର୍ବରୁ ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାର ଛୁଇଁଥିଲା। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ସୁରକ୍ଷା ଦେବା ସହିତ ଅନ୍ୟାନ୍ୟ କାରଣ ପାଇଁ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟୁଛି। ସେହିଭଳି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୨.୮୩ ସ୍ତରକୁ ଚଳିତ ସପ୍ତାହରେ ହ୍ରାସ ପାଇଛି। ପୂର୍ବ ସପ୍ତାହ ତୁଳନାରେ ଟଙ୍କା ମୂଲ୍ୟରେ ୦.୪ ପ୍ରତିଶତ ହ୍ରାସ ଘଟିଛି। କିନ୍ତୁ ଏସିଆର ଅନ୍ୟାନ୍ୟ ଦେଶର ମୁଦ୍ରା ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା ହ୍ରାସ ଅପେକ୍ଷାକୃତ ଭାବେ କମ୍ ରହିଛି